ଦେଶରେ ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୯୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ କମିଛି କରୋନା ସଂକ୍ରମଣ ସଂଖ୍ୟା। ଯାହାକି ଦେଶ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ୪୬ ହଜାର ୭୯୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୮୭ ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୯୭ ହଜାର ୬୩କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯୭କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୭ ଲକ୍ଷ ୪୮ ହଜାର ୫୩୮ଜଣ ଚିକିତ୍ସିତ ହେଉଥିବା ବେଳେ ୬୭ ଲକ୍ଷ ୩୩ ହଜାର ୩୨୮ ଜଣ ସୁସ୍ଥ ହୋଇସା ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର ରହିଛି। ଯେଉଁଠି ଏବେ ୧୬,୦୧,୩୬୫ ଜଣ ସଂକ୍ରମିତ ହୋଇଛନ୍ତି। ୪୨,୨୪୦ ଜଣଙ୍କର ମୃତ୍ୟୁ ଘଟିଛି।