କ୍ଷେପଣାସ୍ତ୍ର “SANT” ର ସଫଳ ପରୀକ୍ଷଣ

ବାଲେଶ୍ବର: ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଷ୍ଟାଣ୍ଡ ଅଫ୍‌ ଆଣ୍ଟି ଟ୍ୟାଙ୍କ ମିସାଇଲ ସ୍ୟାଣ୍ଟ ( SANT ) ବା ସ୍ପାଇକ୍ ଆଣ୍ଟି ଗାଇଡେଡ୍ ମିଜାଇଲର ପରୀକ୍ଷଣ କରାଯାଇଛି। ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିସ୍ଥିତ ୩ ନମ୍ବର ଲଞ୍ଚପ୍ୟାଡରୁ ସ୍ୟାଣ୍ଟର ପରୀକ୍ଷଣ କରାଯାଇଥିଲା। ଏହି କ୍ଷେପଣାସ୍ତ୍ର ଆକାଶ ମାର୍ଗରୁ ଭୂପୃଷ୍ଠକୁ ନିକ୍ଷେପ ହୋଇଥାଏ।

ଏହି କ୍ଷେପଣାସ୍ତ୍ର ନିକଟରେ ଶତ୍ରୁ ପକ୍ଷର ଟ୍ୟାଙ୍କ ଧ୍ୱଂସ କରିବା କ୍ଷମତା ରହିଛି। କ୍ଷେପଣାସ୍ତ୍ର ସ୍ୟାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୨୦ କିଲୋମିଟର। SANTର ଓଜନ ୪୩ କେଜି ରହିଥିବା ବେଳେ ଲମ୍ବ ୧.୮୫ ମିଟର ରହିଛି । ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ୮ କେଜି । ଏହାକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଓ ଭାରତୀୟ ବାୟୁସେନା ମିଳିତ ଭାବେ ତିଆରି କରିଛନ୍ତି।

ଶତୃପକ୍ଷ ରାଡାରର ଗତିବିଧିକୁ ଲକ୍ଷ୍ୟ କରି ଅତି ସହଜରେ ଲକ୍ଷ ଭେଦ କରିପାରେ SANT । ଏହାର ପ୍ରଥମ ପରୀକ୍ଷା ଫୋଖରାନରେ କରାଯାଇଥିଲା। ଏହାକୁ ଆକାଶ ମାର୍ଗରୁ ହେଲିକପ୍ଟର କିମ୍ବା ଫାଇଟର ଜେଟରୁ ପରୀକ୍ଷା କରାଯାଇଥିଲା।