ହଟିଲା ସ୍ୱର୍ଗଦ୍ୱାରର ଶବଦାହ କଟକଣା

ପୁରୀ(ଏସ୍ ନ୍ଯୁଜ ): ପୁରୀ ସ୍ୱର୍ଗଦ୍ୱାରରେ ଶବଦାହକୁ ନେଇ ଲାଗିଥିବା କଟକଣାକୁ ହଟାଯାଇଛି । ପୁରୀ ପ୍ରଶାସନ ପକ୍ଷରୁ ଏହି କଟକଣାକୁ ହଟାଯାଇଛି ।

ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ ।’ ତେବେ ସ୍ୱର୍ଗଦ୍ୱାରରେ ଜୁଲାଇ ମାସରୁ କଟକଣା ଲାଗିଥିଲା ।