ପ୍ୟାରିସ୍: ଫ୍ରାନ୍ସରେ ଏବେ କୋଭିଡର ପଞ୍ଚମ ଲହର ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି । ଏନେଇ ଫ୍ରାନ୍ସ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଫ୍ରାନ୍ସ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଦେଶରେ କରୋନାର ପଞ୍ଚମ ଲହର ଭଳି ସ୍ଥିତି ଦେଖିବାକୁ ମିଳିଛି । ପଡୋଶୀ ଦେଶରେ ପୂର୍ବରୁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଏହା ପୂର୍ବ ତୁଳନାରେ ଅଧିକ ଭୟଙ୍କର ବୋଲି ଜଣାପଡୁଛି । ତେବେ ସେ କୋଭିଡ୍ ପ୍ରୋଟକଲ ଅନୁସରଣ ପାଇଁ ସେ ନିବେଦନ କରିଛନ୍ତି ।