ବିବାହ ପୂର୍ବରୁ ଅଙ୍କିତାଙ୍କୁ ଉପହାର

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କର ଖୁବଶୀଘ୍ର ବିବାହ ହେବାକୁ ଯାଉଛି । ଅଙ୍କିତା ନିଜ ଇନଷ୍ଟାରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଅଙ୍କିତାଙ୍କୁ ଭିନ୍ନ ଭିନ୍ନ ବ୍ୟକ୍ତି ଏହି ଉପହାର ଦେଇଛନ୍ତି । ହେଲେ କିଛି ସୋସିଆଲ ମିଡିଆ ୟୁଜର୍ସମାନେ ଦାବି କରୁଛନ୍ତି ଯେ ଅଙ୍କିତାଙ୍କ ବିବାହ ପାଖେଇ ଆସୁଛି । ସେୟାର ହୋଇଥିବା ତାଙ୍କ ଏହି ଫଟୋ ବକ୍ସରେ ‘ହାପି ବ୍ରିଡ୍‌’ ଲେଖା ଯାଇଥିବାବେଳେ ଚପଲ ଉପରେ ନିର୍ମିତ ଡିଜାଇନରେ ‘ବ୍ରାଇଡ୍‌ ଟୁ ବି’ ଲେଖାଯାଇଛି । ଏହି ଉପହାରଗୁଡ଼ିକୁ ଦେଖି ପ୍ରଶଂସକ ଅନୁମାନ କରୁଛନ୍ତି ଯେ ଖୁବ୍‌ଶୀଘ୍ର ତାଙ୍କର ବିବାହ କରିବାକୁ ଯାଉଛନ୍ତି । ଅନ୍ୟ ଏକ ଫଟୋରେ ଅଙ୍କିତା ତାଙ୍କର କିଛି କାଜୁଆଲ୍‌ ପୋଷାକ ଏବଂ ମେକଅପ୍‌ କିଟ୍‌ ମଧ୍ୟ ସେୟାର କରିଛନ୍ତି । ହେଲେ ଏ ଯାଏଁ ଉଭୟ ବିବାହକୁ ନେଇ କୌଣସି ଘୋଷଣା କରି ନାହାନ୍ତି ।