ଉନବିଂଶ ଗୁରୁ ହେଉଛନ୍ତି – କୁମର ବା ଶିଶୁ

ଦତ୍ତାତ୍ରେୟଙ୍କର ୨୪ ଗୁରୁ ପ୍ରସଙ୍ଗରେ ଉନବିଂଶ ଗୁରୁ - କୁମର ବା ଶିଶୁ

ମହାତ୍ମା ଦତ୍ତାତ୍ରେୟ କହୁଛନ୍ତି ହେ ରାଜନ୍ ମୋର ଉନବିଂଶ ଗୁରୁ ହେଉଛନ୍ତି – କୁମର ବା ଶିଶୁ । ମୁଁ ତାଙ୍କ ଠାରୁ ସଦା ଚିନ୍ତାମୁକ୍ତ ଓ ପ୍ରସନ୍ନଚିତ୍ତ ରହିବା ଗୁଣ ଶିକ୍ଷା କରିଛି।

ଶିଶୁର କାହା ପ୍ରତି ବୈର ଭାବନା ନ ଥାଏ । ପର ଆପଣା ଭେଦଭାବରୁ ମଧ୍ୟ ମୁକ୍ତ ଥାଏ । ସର୍ବଦା ଆନନ୍ଦିତ ଥାଇ ନିଜ ସ୍ୱଭାବରେ ସ୍ଥିତ ଥାଏ । ଦୁଃଖ ତାକୁ ସ୍ପର୍ଶ ବି କରି ନ ଥାଏ ।ତେଣୁ ଶିଶୁଠାରେ ଆତ୍ମ ସାକ୍ଷାତକାରୀର ଅବସ୍ଥା ଦେଖିବାକୁ ମିଳେ । ଆନନ୍ଦ ସ୍ୱତଃସ୍ଫୁର୍ତ୍ତ ହୋଇଥାଏ । ଏହା କୌଣସି ବାହ୍ୟ ବସ୍ତୁ ଉପରେ ନିର୍ଭରଶୀଳ ହୋଇ ନ ଥାଏ।

ଓଡ଼ିଆ ଭାଗବତରୁ ଦୁଇ ପଦ :-

ପରମାନନ୍ଦ ରସ ପାଇ । ନିରତେ ସଂସାରେ ଭ୍ରମଇ । । ବାଳକ ତହୁଁ ଏହା ଶିଖି । ନୁହଇ ନାନା ଦୁଃଖେ ଦୁଃଖୀ । ।

କିଛି ହିଁ ଚିନ୍ତା ନାହିଁ ତାର । ଏଣୁ ବାଳକ ଗୁରୁ ମୋର । ।