୨୪ ଘଣ୍ଟାରେ ୧,୪୮୦ ପଜିଟିଭ୍‌ ଚିହ୍ନଟ, ୨୧ମୃତ

 ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ହଜାର ୪୮୦ ପଜିଟିଭ୍‌ ଚିହ୍ନଟ । ଆଜି ଆଉ ୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ମୋଟ ପଜିଟିଭ ରେଟ୍‌ ରହିଛି ୨.୫୧ ପ୍ରତିଶତ ।

ଖୋର୍ଦ୍ଧାରୁ ସର୍ବାଧିକ ୧୬୩ କେସ୍‌ ଚିହ୍ନଟ ହୋଇଛି । ସୁନ୍ଦରଗଡରୁ ୧୩୯, କଟକରୁ ୧୩୩, ଯାଜପୁରରୁ ୭୩ ନୂଆ ବାହାରିଛନ୍ତି । ୨୪ ଘଣ୍ଟାରେ ୫୮ ହଜାର ୮୧୬ ନମୁନା ପରୀକ୍ଷା ହୋଇଛି । ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୧୫ ହଜାର ୯୮୦ । ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୧୨ ଲକ୍ଷ ୭୩ ହଜାର ୩କୁ ବୃଦ୍ଧି ପାଇଛି । ୧୮ ବର୍ଷ ବୟସ୍କଙ୍କ ମଧ୍ୟରେଅଛନ୍ତି ୩୩୪ । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୧୨ଜଣ ରହିଥିବା ବେଳେ ଭଦ୍ରକ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି କନ୍ଧମାଳ, ବାଲେଶ୍ୱର, ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୭୩୦୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୫୯୮୦ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୪୮୧୫୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୨୨୫୬୦୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।