ଭିଜିଲାନ୍ସ ଜାଲରେ ଡେପୁଟି ମ୍ୟାନେଜର

ସମ୍ବଲପୁର : ସମଲେଶ୍ୱରୀ ମିଲକ୍ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକଙ୍କ ଘରେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ପକ୍ଷରୁ ଚଢ଼ାଉ କରାଯାଇଛି। କିଶୋରଙ୍କ ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା  ଘର, ପୁରୀ ସ୍ଥିତ ପୈତୃକ ଘର, ଭୁବନେଶ୍ୱରର ଥିବା ଆପାଟମେଣ୍ଟ୍‌ ଓ  ତାଙ୍କ କାର୍ଯ୍ୟାଳୟରେ  ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି।

ଆଜି ଭିଜିଲାନ୍ସ ବିଭାଗ ଭୋରରୁ ମନୋରଞ୍ଜନ ଘରେ ଚଢ଼ାଉ କରିଥିଲା। ସମଲେଶ୍ୱରୀ ମିଲ୍କ ୟୁନିଅନ୍ ଡେପୁଟି ମ୍ୟାନେଜର କିଶୋର ନାୟକ କହିଛନ୍ତି, ମୋର ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ସମ୍ବଲପୁରର ସାକ୍ଷୀପଡ଼ାରେ ଥିବା ଦୁଇ ମହଲା ଘର ଓ ଭୁବନେଶ୍ୱରର ଥିବା ଆପାଟମେଣ୍ଟ୍‌ ମୁଁ ଲୋନରେ କରିଛି। ମୋର ଚାକିରି ୩୬ବର୍ଷ ହେଲାଣି। ତେଣୁ ମୋର ଭୟ ନାହିଁ।