ଆଜି ଗୋଆରେ ପ୍ରଧାନମନ୍ତ୍ରୀ କରିବେ ରାଲି

ପାନାଜୀ : ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଗୋଆରେ ରାଲି କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଗୋଆର ମାପୁସା ଠାରେ ଏକ ବିଶାଳ ସମାବେଶ କରିବା ନେଇ ରାଜ୍ୟ ବିଜେପି ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।

ଫେବୃଆରୀରେ ୧୪ରେ ଗୋଆରେ ୪୦ଟି ବିଧାନସଭା ଆସନ ପାଇଁ ଭୋଟ ପଡିବ। ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ। ସୂଚନା ଥାଉକି, ମାର୍ଚ୍ଚ ୨୦୧୭ରରେ ଭାରତୀୟ ଜନତା ପାର୍ଟି ୧୩ଟି ସିଟ୍ ହାତେଇଥିବା ବେଳେ କଂଗ୍ରେସ ୧୭ଟି ଜିତିଥିଲା।

ଗୋଆରେ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ବୋଡଗେଶ୍ୱର ମୈଦାନରେ ଅପରାହ୍ନ ୫ଟାରେ ଏକ ରାଲିକୁ ସମ୍ବୋଧିତ କରିବେ। ଏଥିପାଇଁ ମାପୁସାରେ ବିରାଟ ଆୟୋଜନ ହୋଇଛି। କୋରୋନା କଟକଣା ମଧ୍ୟରେ ଏହି ସବୁ ବ୍ୟବସ୍ଥା କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।