ଭଗବାନ ସୂର୍ଯ୍ୟ ଦେବତା ବୈଦିକ କାଳରୁ ଆଦି ଦେବତା ରୂପେ ପୂଜିତ l

ଓଡ଼ିଆ ମାନଙ୍କର ଶାମ୍ବ ଦଶମୀ, ବିରଞ୍ଚି ନାରାୟଣ ବ୍ରତ, ମାଘ ସପ୍ତମୀ ପରି ବିହାରୀ ମାନଙ୍କର ” ଛଟ୍ ପୂଜା ” ଅତ୍ୟନ୍ତ ପ୍ରସିଦ୍ଧ ସୂର୍ଯ୍ୟ ପୂଜା l

ଏହି ମନ୍ଦିରଟି ଝାଡଖଣ୍ଡ ରାଜଧାନୀ ରାଞ୍ଚି ରୁ ଜାମସେଦପୁର ଯିବା ରାସ୍ତାରେ 40 କିମି ଗଲେ ପଡିବ l 1991 ରେ ନିର୍ମାଣ ଆରମ୍ଭ ହୋଇ 1994 ରେ ସମାପ୍ତ ହୋଇଥିଲା l
ମନ୍ଦିରଟି ରଥ ଆକୃତିର l
ଦୁଇ ପାଖରେ 9 ଟି ଲେଖାଏଁ 18 ଟି ଚକ l ସାତଟି ଘୋଡା ଅଛନ୍ତି l

ସୂର୍ଯ୍ୟ ବିଗ୍ରହଙ୍କ ଉଭୟ ପାର୍ଶ୍ୱରେ ଛାୟା ଓ ମାୟା, ସୂର୍ଯ୍ୟ ନାରାୟଣ ପଦ୍ମାସୀନ, ସପ୍ତାଶ୍ୱ ସଂଯୋଜିତ l
ସୂର୍ଯ୍ୟ ଦେବତାଙ୍କ ସାରଥୀ ଅରୁଣ ନିରନ୍ତର ବିଶ୍ୱ ପରିକ୍ରମା କରୁଛନ୍ତି l

” ଛଟ୍ ପୂଜା ” ନିମନ୍ତେ ଏଠାରେ ଗୋଟିଏ ବଡ଼ ଜଳାଶୟ ନିର୍ମିତ l
ଛଟ୍ ପୂଜା ଏଠାକାର ବଡ଼ ପର୍ବ l ଆଧୁନିକ ଶୈଳୀରେ ନିର୍ମିତ ହେଲେ ମଧ୍ୟ ଏହା ଅନେକ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଛି