ପାକିସ୍ତାନରେ ଚିନି ସଙ୍କଟ

ଇସଲାମାବାଦ : ପାକିସ୍ତାନବାସୀ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହୋଇଛନ୍ତି । ମୁଦ୍ରାସ୍ଫୀତି ସାଧାରଣ ଲୋକଙ୍କୁ କିପରି କଲବଲ କରୁଛି ତାହା ଆପଣ ଜାଣିଥିବେ । ପାକିସ୍ତାନରେ ପେଟ୍ରୋଲ ଅପେକ୍ଷା ଅଧିକ ମୂଲ୍ୟରେ ଚିନି ବିକ୍ରି ହେଉଛି । ପାକିସ୍ତାନରେ ଚିନି ମୂଲ୍ୟ ବୃଦ୍ଧି ଯୋଗୁ ସମଗ୍ର ପାକିସ୍ତାନରେ ଅସନ୍ତୋଷ ଦେଖାଦେଇଛି । ପାକିସ୍ତାନରେ ବର୍ତ୍ତମାନ ଚିନି ମୂଲ୍ୟ କିଲୋଗ୍ରାମ ପିଛା ୧୫୦ଟଙ୍କା ଥିବାବେଳେ ପେଟ୍ରୋଲ ଲିଟର ପିଛା ୧୩୮.୩୦ ଟଙ୍କାରେ ବିକ୍ରି ହେଉଛି । ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଇମ୍ରାନ ସରକାର ଆଶ୍ୱାସନା ଦେଉଛନ୍ତି କିନ୍ତୁ ଏହା ସମ୍ଭବ ନୁହେଁ । ରିପୋର୍ଟ ଅନୁଯାୟୀ ଦେଶରେ ବର୍ତ୍ତମାନ ଚିନି ସଙ୍କଟ ଦେଇ ଗତି କରୁଛି । ତେବେ ପାକିସ୍ତାନରେ ବିଭିନ୍ନ ସ୍ଥାନରେ ଚିନି ମୂଲ୍ୟ ୫ରୁ ୮ ଟଙ୍କାକୁ ବୃଦ୍ଧି ପାଇଛି । ହୋଲସେଲ ବଜାରରେ ଚିନି ମୂଲ୍ୟ କିଲୋ ପ୍ରତି ୧୪୦ ଟଙ୍କା ପାର୍‌ କରିଛି ।