‘ସୂର୍ଯ୍ୟବଂଶୀ’ ଭାଙ୍ଗିଲା ସମସ୍ତ ରେକର୍ଡ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟାବଂଶୀ’ ରିଲିଜ୍‌ ହୋଇଛି । ଲୋକମାନେ ଏହି ଫିଲ୍ମକୁ ଗତ ୨ ବର୍ଷ ଅପେକ୍ଷା କରି ରହିଥିଲେ । ଏହି ଫିଲ୍ମରେ ରୋହିତ ଶେଟ୍ଟୀ ଏବଂ ଅକ୍ଷୟ କୁମାର ପ୍ରଥମ ଥର ଏକାଠି ନଜର ଆସିଛନ୍ତି । ‘ସୂର୍ଯ୍ୟାବଂଶୀ’ ରିଲିଜ୍‌ ପୂର୍ବରୁ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଯାହା ସମସ୍ତ ରେକର୍ଡ ଭାଙ୍ଗିଛି । ଆଡଭାନ୍ସ ବୁକିଂରେ ଏହି ଫିଲ୍ମ ୨ କୋଟି ଟଙ୍କା ରୋଜଗାର କରିବା ସହ ସହଜରେ ୧୦୦ କୋଟି ପାର କରିବ । ଏହି ଫିଲ୍ମରେ ଅଜୟ ଦେବଗନ୍‌ ଏବଂ ରଣଭୀର ସିଂଙ୍କ କେମିୟୋ ପ୍ରଶଂସକଙ୍କ ପାଇଁ ସ୍ୱତନ୍ତ୍ର ଦେଖାଯାଉଛି । ଏହି ଫିଲ୍ମରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନାଙ୍କ ଦମଦାର କେମେଷ୍ଟ୍ରୀ ଦେଖିବାକୁ ମିଳୁଛି । ଏହି ଉଭୟ କଳାକାର ଅନେକ ବର୍ଷ ପରେ ଏକାଠି ଫେରିଛନ୍ତି ।