ନୂଆଦିଲ୍ଲୀ: ପାଟନାରେ ଭାରତର ପ୍ରଥମ ଛୁଞ୍ଚିବିହୀନ କୋଭିଡ ଟିକା ‘ଜାଇକୋଭ-ଡି’ର ଶୁଭାରମ୍ଭ ହୋଇଯାଇଛି । କରାଯାଇଛି । ଛୁଞ୍ଚି ଫୋଡା ଭୟରେ ଟିକା ନେଇ ନ ଥିବା ଲୋକେ ଉପକୃତ ହେଉଛନ୍ତି ବୋଲି ସିଭିଲ୍ ସର୍ଜନ ଡାକ୍ତର କହିଛନ୍ତି । ରିପୋର୍ଟ ଅନୁସାରେ କୋଭାକ୍ସିନ ପରେ ଜାଇକୋଭ-ଡି ହେଉଛି ଭାରତର ଦ୍ୱିତୀୟ ସ୍ୱଦେଶୀ ଟିକା । ପ୍ଲାଜ ମିଡ ଡିଏନଏ ପ୍ଲାଟଫର୍ମରେ ବିକଶିତ କରାଯାଇଥିବାରୁ ଏହି ଛୁଞ୍ଚିରହିତ ଟିକାର ଅଭିନବତ୍ୱ ରହିଛି । ଭାରତରେ ପ୍ରଥମେଥର ବୟସ୍କଙ୍କୁ ଏହି ଛୁଞ୍ଚିବିହୀନ ଟିକା ଦିଆଯାଉଛି । ସେହିପରି ‘ଜାଇକୋଭ୍-ଡି’ ୨୮ ଓ ୫୬ ଦିନ ବ୍ୟବଧାନରେ ୩ଟି ଡୋଜ୍ରେ ଦିଆଯିବ । ଅର୍ଥାତ୍ ୩ ଡୋଜ ଟିକା ପୂର୍ଣ୍ଣ କରିବାକୁ ଜଣେଙ୍କୁ ୬ଥର ଟିକା ନେବାକୁ ପଡିବ ।