ପୁଣି ଡିନର ଡେଟରେ ହ୍ରିତିକ-ସବା!

ମୁମ୍ବାଇ : ପୁଣି ଡିନର ଡେଟରେ ନଜର ଆସିଲେ ହ୍ରିତିକ ରୋଶନ ଓ ମିଷ୍ଟ୍ରି ଗର୍ଲ ସବାଙ୍କ ସହ । ସୂଚନାଯୋଗ୍ୟ ଯେ, ଉଭୟଙ୍କୁ ପୂର୍ବରୁ ଏକ ରେଷ୍ଟୁରାଣ୍ଟରୁ ବାହାରି ହାତ ଧରାଦରି ହୋଇ ବାହାରକୁ ଗୋଟିଏ ଗାଡିରେ ବସି ଯାଇଥିଲେ । ବର୍ତ୍ତମାନ ପୁଣି ଥରେ ଉଭୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଏବେ ପୁଣିଥରେ ଏକ ରେଷ୍ଟୁରାଣ୍ଟରେ ହ୍ରିତିକ-ସବାଙ୍କୁ ଦେଖିବାକୁ ମିଳିଛି । ଉଭୟ ଡିନର ଡେଟରେ ଯିବାବେଳେ ଫଟୋଗ୍ରାଫରମାନେ ସ୍ପଟ କରିଥିଲେ ।

କିନ୍ତୁ ଫଟୋଗ୍ରାଫରକୁ ଦେଖି ହ୍ରିତିକ ଫଟୋ ନଉଠାଇବାକୁ କହିବା ସହ ଦୁହେଁ ସେଠାରୁ ବାହାରି ଗାଡିରେ ଚାଲିଯାଇଥିଲେ । ଏଥିରୁ ଜଣାପଡୁଛି ଯେ, ଉଭୟ ପରସ୍ପରକୁ ଡେଟ୍‌ କରୁଛନ୍ତି । ବର୍ତ୍ତମାନ ଏହି ଖବରକୁ ନେଇ ଖୁବ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ସେମାନଙ୍କ ଫ୍ୟାନ୍ସମାନେ ବହୁ କଳ୍ପନାଜଳ୍ପନା କରୁଛନ୍ତି । ଅନ୍ୟପକ୍ଷରେ ଉଭୟଙ୍କୁ ଠାରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।