ସିବିଏସଇ ଦଶମ ଓ ଦ୍ୱାଦଶ ବୋଡର଼୍ ପରୀକ୍ଷା ଦେଉଛନ୍ତି ରାଜ୍ୟର ପ୍ରାୟ ୬୦ ହଜାର

ଭୁବନେଶ୍ୱର: ସାରା ଦେଶରେ ଆରମ୍ଭ ହୋଇଛି ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା । ଉକ୍ତ ପରୀକ୍ଷାରେ ରାଜ୍ୟରେ ପ୍ରତିଷ୍ଠିତ ସିବିଏସଇ ପରିଚାଳିତ ବିଦ୍ୟାଳୟ ଜରିଆରେ ପ୍ରାୟ ୬୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସକାଳ ସାଢେ଼ ୧୦ରୁ ଦୁଇଘଂଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ ।

ଦଶମ ଶ୍ରେଣୀର ପିଲାମାନଙ୍କ ପରୀକ୍ଷାର ଅନ୍ତିମ ଦିବସ ମାର୍ଚ୍ଚ ୧୩ ତାରିଖ । ଦ୍ୱାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଏପ୍ରିଲ ୨ ତାରିଖ ସୁଦ୍ଧା ସରିବ ।ଛାତ୍ରଛାତ୍ରୀଙ୍କୁ ସକାଳ ୧୦ଟା ସୁଦ୍ଧା ପରୀକ୍ଷା ହଲରେ ପହଂଚିବାକୁ କୁହାଯାଇଛି । ଫେବୃଆରୀ ୧୫, ୧୬ ଓ ୧୭ ତାରିଖରେ ଆର୍ଟ, ମ୍ୟୁଜିକ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟରେ ପରୀକ୍ଷା ହେବ । ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ମୁଖ୍ୟ ପରୀକ୍ଷା ଅବଧି ୩ ଘଂଟା ରହିବ ।