ମଉଳି ଗଲେ ବିଜେଡି ନେତା ପ୍ରଫୁଲ୍ଲ ସାମଲ

ଭଦ୍ରକ: କାହା ନିର୍ଦ୍ଦେଶରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପଶିଗଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଗୁହାଳରେ? ୟେ ପ୍ରଶ୍ନର ଜବାବ ଖୋଜୁଥିବା ଭିତରେ ଆମ ଦୃଷ୍ଟି ଅଟକି ଯାଇଛି ଭୁବନେଶ୍ୱରର ଚାରିଟି ଓ ଭଦ୍ରକ ସହରର ୬ଟି ସ୍ଥାନରେ ।

ଶୁଣିବାକୁ ମିଳିଛି, ବାବୁ ପ୍ରଫୁଲ୍ଲ ସାମଲଙ୍କର ଦୂର ଓ ନିକଟ ସଂପର୍କୀୟଙ୍କ ଘରକୁ ମଧ୍ୟ ଇଡି ଟିମ୍‌ ବୁଲିବାକୁ ଯାଇଛନ୍ତି ।

ପ୍ରାୟ ୮ ବର୍ଷ ତଳୁ ବିଜେଡିର ଏହି ଟାଣୁଆ ନେତାଙ୍କ ପରିବାର ଉପରେ ସତର୍କ ଦୃଷ୍ଟି ରଖିଥିଲା ଇଡି । ପ୍ରଫୁଲ୍ଲଙ୍କ ପାରିବାରିକ କଲେଜ ଭାବରେ ଜଣାଶୁଣା ବରପଦା ଇଂଜିନିୟରିଂ କଲେଜରେ ପ୍ରାୟ ୨୦ କୋଟି ଟଙ୍କା ହେରଫେର ହୋଇଥିବାର ଅଭିଯୋଗ ପାଇବା ପରେ ଇଡି ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା ।

ବିଶେଷ କରି ଇଂଜିନିୟରି କଲେଜ କର୍ମଚାରୀମାନେ ବିଧାୟକ ପ୍ରଫୁଲ୍ଲଙ୍କ ପୁଅକୁ ଦାୟୀ କରିଥିଲେ ।

କର୍ମଚାରୀଙ୍କୁ ଅଭିଯୋଗକୁ ଆଳ କରି ପ୍ରଫୁଲ୍ଲଙ୍କ ଘରେ ଇଡି ପଶିଛି । ଘର ଭିତରେ ଇଡି ଓ ଘର ବାହାରେ ସିଆରପିଏଫ୍‌; ଏଭଳି ପରିସ୍ଥିତିରେ ପ୍ରଫୁଲ୍ଲଙ୍କ ମୁହଁଟା ଆଉ ତାଜା ଦିଶିବ କି?