ଆବୁ ଧାବିରେ ହିନ୍ଦୁ ମନ୍ଦିର ଉଦ୍‌ଘାଟିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆବୁଧାବିରେ ହିନ୍ଦୁ ମନ୍ଦିରକୁ ଲୋକାର୍ପଣ କରିଛନ୍ତି । ଆବୁଧାବି ରାଜପଥ ନିକଟରେ ଦାନସୂତ୍ରରେ ମିଳିଥିବା ଜମିଟିରେ ନିର୍ମାଣ କରାଯାଇଛି ସୁନ୍ଦର ମନ୍ଦିରଟିଏ । ମନ୍ଦିରରେ ସ୍ଥାନ ପାଇଥିବା ସାତୋଟି ଗମ୍ଭୁଜ ସଂଯୁକ୍ତ ଆରବ ରାଷ୍ଟ୍ରର ସାତୋଟି ଏମିରେଟ୍‌ସକୁ ପ୍ରତିନିଧିତ୍ୱ କରୁଛି । ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇକୁ ସପ୍ତମ ଥର ପାଇଁ ଯାତ୍ରା କରିଛନ୍ତି ।

ମାର୍ଚ୍ଚ ପହିଲାରୁ ସାଧାରଣ ଲୋକମାନେ ମନ୍ଦିର ଭିତରେ ପ୍ରବେଶ କରିପାରିବେ । ବୁଚାସାନୱାସି ଅକ୍ଷର ପୁରୁଷୋତମ ସ୍ୱାମୀନାରାୟଣ ସଂସ୍ଥା (ବାପ୍‌ସ) ମନ୍ଦିରଟିକୁ ନିର୍ମାଣ କରିବା ସହିତ ପରିଚାଳନା ଦାୟିତ୍ୱ ବହନ କରିଛି । ମନ୍ଦିର ପରିସରରେ ପରିଦର୍ଶକ କେନ୍ଦ୍ର, ପ୍ରାର୍ଥନା ହଲ, ପ୍ରଦର୍ଶନୀ, ପ୍ରଶିକ୍ଷଣ କେନ୍ଦ୍ର, ପିଲା ଓ ଯୁବଗୋଷ୍ଠୀଙ୍କ ପାଇଁ କ୍ରୀଡ଼ା କେନ୍ଦ୍ର, ପ୍ରସାଦ ସେବନ ପୀଠ, ପୁସ୍ତକ ଓ ଉପହାର ଦୋକାନ ସମେତ ଅନ୍ୟାନ୍ୟ ସୁବିଧା କରାଯାଇଛି । ମନ୍ଦିରଟିକୁ ସବୁ ଧର୍ମର ଲୋକମାନେ ବିନା ବାଧାରେ ଚଳପ୍ରଚଳ କରିପାରିବେ ଓ ହିନ୍ଦୁଧର୍ମର ସାରକଥାକୁ ଅଧ୍ୟୟନ କରିପାରିବେ ।