ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ

ନୂଆଦିଲ୍ଲୀ: ବୁଧବାର ଦିନ ଭାରତ-ପାକିସ୍ତାନ ଆନ୍ତର୍ଜାତିକ ସୀମାନ୍ତ ଅନ୍ତର୍ଗତ ଜମ୍ମୁ ଇଲାକାରେ ଅବସ୍ଥିତ ସେନାଘାଟି ଉପରକୁ ପାକ୍‌ ସେନା ଗୁଳିମାଡ଼ କରିଛି । ଭାରତର ସୀମା ସୁରକ୍ଷା ବାହିନୀର ଯବାନମାନେ ପାଲଟା ଗୁଳି ଚଳାଇଥିଲେ । ପ୍ରାୟ ୨୦ ମିନିଟ୍‌ ଧରି ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିଲା ।