ବିକ୍ରମ ଦେବ କଲେଜକୁ ମୁଖ୍ୟମନ୍ତ୍ରୀ ଭେଟି: ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା

ସ୍ୱୟଂ ଶାସିତ କଲେଜରୁ ୟୁନିଭର୍ସିଟିର ମାନ୍ୟତା…

ଭୁବନେଶ୍ୱର : ଜୟପୁରର ବିକ୍ରମ ଦେବ କଲେଜକୁ ମିଳିଲା ୟୁନିଭର୍ସିଟିର ମାନ୍ୟତା । ସ୍ୱୟଂ ଶାସିତ କଲେଜରୁ ୟୁନିଭର୍ସିଟିର ମାନ୍ୟତା ମିଳିଲା। ତେବେ ଏହି ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଅନୁମୋଦନ ଲଗାଇଛନ୍ତି । ଏହା ଦକ୍ଷିଣ ଓଡିଶାର ସର୍ବପୁରାତନ କଲେଜ।

ତେବେ ସୂଚନାମୁତାବକ ଆସନ୍ତା କାଲି ବିକ୍ରମ ଦେବ ମହାବିଦ୍ୟାଳୟର ଡାଇମଣ୍ଡ ଜୁବୁଲୀ କାର୍ଯ୍ୟକ୍ରମ ହେବାକୁ ଯାଉଛି । ହୀରକ ଜୟନ୍ତୀ ଅବସରରେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ସୂଚନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ୧୯୪୭ ମସିହା ଜୁଲାଇ ୧ ତାରିଖରେ ପ୍ରତିଷ୍ଠା ହୋଇଥିଲା ବିକ୍ରମ ଦେବ ମହାବିଦ୍ୟାଳୟ । ସେତେବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ଥିଲା ବିକ୍ରମ ହେବ କଲେଜ ।

ଏଠାରେ ବହୁ ଛାତ୍ରଛାତ୍ରୀ ଶିକ୍ଷା ଅଧୟନ କରି ଦେଶ ବିଦେଶରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଡାଇମଣ୍ଡ ଜୁବଲୀକୁ ଧୁମଧାମରେ ପାଳନ କରିବାକୁ ବ୍ୟାପକ ପ୍ରସ୍ତୁତି କରିଛି ଆଲୁମିନି ଆସୋସିଏସନ । ସମସ୍ତ ପୁରାତନ ଛାତ୍ର ସଂଘ ଓ କଲେଜ କତ୍ତୃପକ୍ଷ ମିଳିତଭାବେ ପ୍ରସ୍ତୁତି କରୁଛନ୍ତି । ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଉଥିବାରୁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ଏହା ସହିତ ସୁରକ୍ଷା କାର୍ଯ୍ୟ କୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି ।