ସରକାରଙ୍କ ଶିକ୍ଷା ବ୍ୟବସ୍ଥା ବ୍ୟବସାୟୀଙ୍କ ହାତକୁ ଟେକି ଦେବାର ମସୁଧା
ସରକାରଙ୍କ ଶିକ୍ଷା ବ୍ୟବସ୍ଥାକୁ ତଳିତଳାନ୍ତ କରି ଶିକ୍ଷା ବ୍ୟବସାୟୀଙ୍କୁ ପାଳିବା ମତଲବରେ ବାବୁ ମୋହନ ଅଛନ୍ତି ।
ସରକାରଙ୍କ ଶିକ୍ଷାନୁଷ୍ଠାନରେ ଅଚଳାବସ୍ଥା ଦେଖାଇ ବନ୍ଦ କରିବା ଓ ସଂଘୀୟ ଶିକ୍ଷାନୁଷ୍ଠାନକୁ ପ୍ରୋତ୍ସାହନ ଦେବା ରାଜ୍ୟର ମୋହନ ସରକାରଙ୍କ ଜାତୀୟ ଶିକ୍ଷା ନୀତିର ମୂଳମନ୍ତ୍ର ।
ଯୋଉ ଦେଶର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶିକ୍ଷାଗତ ସାର୍ଟିଫିକେଟ୍ ଦେଖାଇବାକୁ ଲାଜ କରୁଛନ୍ତି । ସେ ଦେଶର ପିଲାଙ୍କୁ ପାଠ ପଢ଼ିବାର ଆବଶ୍ୟକତା ନାହିଁ ବୋଲି ଦେଶର ଗୋଟିଏ ଜାତୀୟ ରାଜନୈତିକ ଦଳ ବିଚାର କରୁଛି ।
ମୋହନ ସରକାରଙ୍କ ମୁଣ୍ଡକୁ ବୁଦ୍ଧି ଜୁଟୁନି । ଯାହା ମନକୁ ଠିକ ଲାଗୁଛି, ଆଗପଛ ବିଚାର ନକରି ଚଟାପଟ୍ ଘୋଷଣା କରି ଦେଉଚନ୍ତି । ଜାତୀୟ ଶିକ୍ଷା ନୀତି ଲାଗୁ କରିବା ପୂର୍ବରୁ ରାଜ୍ୟର ବିଦ୍ୟାଳୟ ଓ କଲେଜଗୁଡ଼ିକରେ ଅଧ୍ୟାପନା ମଣ୍ଡଳୀ ପ୍ରତି ଦୃଷ୍ଟି ଦେଲେନି ବିଜେପି ସରକାର ।
ବିଧାନସଭାକୁ ଦିଆଯାଇଥିବା ତଥ୍ୟାନୁସାରେ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ପ୍ରାୟ ୧୪୦୪ ଅଧ୍ୟାପକ ପଦବୀ ଖାଲି ପଡ଼ିଛି । ୨୬୦ ପ୍ରଫେସର ପଦବୀ ଖାଲି । ୪୫୩ ଆସୋସିଏଟ୍ ପ୍ରଫେସର, ୬୬୯ ସରକାରୀ ପ୍ରଫେସର ପଦବୀ ଖାଲି ପଡ଼ିଛି । ରାଜ୍ୟର ୧୭ଟି ବିଶ୍ୱ ବିଦ୍ୟାଳୟରେ ୨୨୮୬ ଅଣଶିକ୍ଷକ ପଦବୀ ଖାଲି ପଡ଼ିଛି ।
ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସୂଚନା ମୁତାବକ ରାଜ୍ୟରେ ୮୨ଟି ସରକାରୀ ମହାବିଦ୍ୟାଳୟ ଅଛି । ତା’ ଭିତରୁ ୬୬ଟି ସରକାରୀ ଡିଗ୍ରୀ ମହା ବିଦ୍ୟାଳୟ । ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ।
୬୬ଟି ସରକାରୀ ଡିଗ୍ରୀ ମହା ବିଦ୍ୟାଳୟରେ ୪୯୧ ଓ ସରକାରୀ ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟରେ ୧୬୩ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି ।
ସେହିପରି ରାଜ୍ୟର ସରକାରୀ ମହା ବିଦ୍ୟାଳୟରେ ମଂଜୁରୀ ଲାଭ କରିଥିବା ୧୭୫୧ ଅଣଶିକ୍ଷକ ପଦବୀ ଭିତରୁ ୧୦୨୭ ପଦବୀ ଖାଲି ପଡ଼ିଛି ।