ଅଭିଭାବକ ଜାଣନ୍ତୁ: ଖାଲି ପାଠ ନୁହେଁ, ପିଲାଙ୍କୁ ଦରକାର ନାଚଗୀତ, ଖେଳକୁଦ

ପିଲାଙ୍କୁ ଅଧିକ ବଳଶାଳୀ ଓ ବୁଦ୍ଧିମାନ କରିବାକୁ ପ୍ରତ୍ୟେକ ବାପା ମା’ ଚାହାନ୍ତି । କିନ୍ତୁ ସବୁ ପିଲାଙ୍କ ବୁଦ୍ଧି ସମାନ ନୁହେଁ । ସବୁ ପିଲାଙ୍କ ଶାରୀରିକ ଶକ୍ତି ସମାନ ନୁହେଁ । ଆବଶ୍ୟକ ପରିମାଣର ଖାଦ୍ୟପେୟ ଓ ଶାରୀରିକ ପରିଶ୍ରମ କରୁଥିବା ପିଲାମାନେ ନିଶ୍ଚିତ ରୂପେ ବଳଶାଳୀ ଓ ବୁଦ୍ଧିମାନ ହୁଅନ୍ତି । ଦୂଷିତ ବାତାବରଣ, ଦୂଷିତ ଖାଦ୍ୟ, କମ୍ ଭିଟାମିନ ଯୁକ୍ତ ଖାଦ୍ୟପଦାର୍ଥ ଖାଇବା ଫଳରେ ପିଲାମାନଙ୍କ ଶାରୀରିକ ବିକାଶ ଓ ମାନସିକ ବିକାଶ ବାଧାପ୍ରାପ୍ତ ହୋଇଥାଏ ।

ଏସବୁ ବାଦ ବଜାରରେ ମିଳୁଥିବା ଖାଦ୍ୟପଦାର୍ଥ ଓ ସେଗୁଡ଼ିକର ଗୁଣାତ୍ମକ ମାନ ଜାଣିବା ଜରୁରୀ । ଅଧିକ ଲାଭ ଆଶାରେ ବହୁ କମ୍ପାନୀ ବଜାରକୁ ନିମ୍ନମାନର ଖାଇବା ତେଲ, ଅପମିଶ୍ରିତ ଖାଦ୍ୟସାମଗ୍ରୀ ଛାଡ଼ନ୍ତି । ସେଗୁଡ଼ିକ ଖାଇବା ଫଳରେ ପିଲାମାନେ ରୁଗ୍‌ଣ ହୋଇଯାନ୍ତି ।

ତେଣୁ ପ୍ରତି ବାପା ମା’ ପିଲାଙ୍କ ଖାଦ୍ୟ ପ୍ରତି ଯେତିକି ଯତ୍ନବାନ ରହୁଛନ୍ତି, ସେମାନଙ୍କ ପାଠପଢ଼ା, ଖେଳକୁଦ, କ୍ରୀଡ଼ାକୌଶଳ, ବ୍ୟାୟାମ ପ୍ରତି ସେତିକି ସଚେତନ ରହିବା ଜରୁରୀ ।

ପିଲାମାନଙ୍କ ଶାରୀରିକ ବିକାଶ ଓ ବୌଦ୍ଧିକ ବିକାଶ ପାଇଁ ମୋନୋଅନସାଟ୍ୟୁରେଟେଡ୍ (ମ୍ୟୁଫା) ଓ ପଲିଅନ୍‌ସାଟ୍ୟୁରେଟେଡ୍ (ପ୍ୟୁଫା) ଏସିଡ୍ ଜରୁରୀ । ତା’ ସହିତ ଓମେଗା-୩ ଓ ଓମେଗା-୬ ଚର୍ବି ଜାତୀୟ ଏସିଡ୍ ମଧ୍ୟ ପିଲାଙ୍କ ପାଇଁ ଉପାଦେୟ ।

ପିଲାମାନଙ୍କୁ କେବଳ ଗ୍ରନ୍ଥକୀଟ କରିବା ଅନୁଚିତ । ଶାରୀରିକ ପରିଶ୍ରମ ଅବା ଖେଳକୁଦ ନକଲେ ପିଲାଟିର ହାଡ, ମାଂସପେଶୀ, ଅଙ୍ଗପ୍ରତ୍ୟଙ୍ଗ ମଜଭୁତ ହେବ ନାହିଁ ।

https://www.youtube.com/@shaksinews