ମେ’ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ଵର: ଓଡ଼ିଶାରେ ଶିକ୍ଷାର୍ଥୀମାନଙ୍କ ପାଇଁ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା +୨ ପରୀକ୍ଷାର ମୂଲ୍ୟାୟନ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୂଚନା ଅନୁଯାୟୀ, ଆସନ୍ତା ମେ’ ମାସର ତୃତୀୟ ସପ୍ତାହ ସୁଦ୍ଧା +୨ ଫଳ ପ୍ରକାଶ ପାଇବ। ବର୍ତ୍ତମାନ ପର୍ଯ୍ୟନ୍ତ ୯୬%ରୁ ଅଧିକ ଖାତା ଦେଖା ସରିଥିବା ବେଳେ ଅବଶିଷ୍ଟ ଖାତା ଶୀଘ୍ର ଶେଷ କରାଯିବ। ରାଜ୍ୟର ୧୫୧ଟି ମୂଲ୍ୟାୟନ କେନ୍ଦ୍ରରେ ୮୩୪୩ ଜଣ ଅଧ୍ୟାପକ ଏହି କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି ।