Which is best ? Turmeric water or turmeric milk: କୋଉଟା ଲାଭଦାୟକ? ହଳଦି ପାଣି ଅବା ହଳଦି ଖିର
Which is best ? Turmeric water or turmeric milk: କୋଉଟା ଲାଭଦାୟକ? ହଳଦି ପାଣି ଅବା ହଳଦି ଖିର
ହଳଦି ମିଶ୍ରିତ ପାଣି ଓ ହଳଦି ମିଶ୍ରିତ ଖିର । ଏ ଦୁଇଟି ଭିତରୁ କୋଉଟା ଆପଣଙ୍କ ଶରୀର ପାଇଁ ନିହାତି ଦରକାର?
ଆପଣ ଜାଣନ୍ତି, ହଳଦି କେବଳ ରୋଷେଇ କାମରେ ବ୍ୟବହାର କରାଯାଏନା ।
ଯୁଗଯୁଗ ଧରି ହଳଦି ଉଭୟ ରନ୍ଧନ ଓ ଆୟୁର୍ବେଦ ଔଷଧ ପାଇଁ ମୁଖ୍ୟ ଭୂମିକା ବହନ କରି ଆସୁଛି । ପ୍ରାକୃତିକ ଔଷଧୀୟ ଗୁଣରେ ଭରପୁର ହଳଦି ଆମ ଶରୀରକୁ ବିଷାକ୍ତ ରୋଗ ଜୀବାଣୁ କବଳରୁ ସୁରକ୍ଷା ପ୍ରଦାନ କରିଥାଏ ।
କ୍ଷତ ସଂକ୍ରମଣ ଦାଉରୁ ରକ୍ଷା, ଗଣ୍ଠିବାତ ଯନ୍ତ୍ରଣାରୁ ଉପଶମ, ପାଚନ ଶକ୍ତିରେ ସୁଧାର କରିଥାଏ ହଳଦି ।
ଆଜିକାଲି ଲୋକମାନେ ହଳଦିକୁ ଭିନ୍ନ ଭିନ୍ନ ବାଟରେ ବ୍ୟବହାର କରୁଛନ୍ତି । ସେହିସବୁ ଭିତରୁ ହଳଦି ମିଶ୍ରିତ ପାଣି ଓ ହଳଦି ମିଶ୍ରିତ ଖିର ସର୍ବାଦୃତ ।
ଉଭୟ ପାନୀୟ ପ୍ରସ୍ତୁତ କରିବା ଅତି ସହଜ । କିନ୍ତୁ ଏହି ଦୁଇଟି ପାନୀୟ ଭିତରୁ ଶରୀର ପାଇଁ ଅତ୍ୟନ୍ତ ଉପାଦେୟ ଭାବେ କାହାକୁ ପସନ୍ଦ କରିବେ? ଆସନ୍ତୁ ଜାଣିବା ।
ହଳଦି ମିଶ୍ରିତ ପାଣି: ହାଲୁକା ଗରମ ପାଣିରେ ଚାମୁଚେ ହଳଦି ଗୁଣ୍ଡ ପକାଇ ତାହାକୁ ଗୋଳେଇ ଦେଲେ, ହଳଦି ମିଶ୍ରିତ ପାଣି ହୋଇଯାଏ । ପାନୀୟକୁ ସ୍ୱାଦିଷ୍ଟ କରିବା ପାଇଁ କେହି କେହି ଟିକିଏ ଲେମ୍ବୁ, ମହୁ ଅବା ଗୋଲ ମରିଚ ବ୍ୟବହାର କରିଥାନ୍ତି ।
ହଳଦି ପାଣି ସାଧାରଣତଃ ସକାଳେ ଖାଲି ପେଟରେ ପିଇବା ହିତକାରକ । ଶରୀର ପାଇଁ ସୁରକ୍ଷା କବଚ କାମ କରିଥାଏ ହଳଦି ପାଣି । ଶରୀରରୁ ବିଷାକ୍ତ ରସାୟନ ବାହାର କରିବାରେ ସହାୟକ ହୋଇଥାଏ ହଳଦି ପାଣି ।
ହଳଦି ପାଣିରେ କମ୍ ପରିମାଣର କ୍ୟାଲୋରୀ ଥିବାରୁ ଏହି ପାନୀୟ ଓଜନ କମାଇବାରେ ସାହାଯ୍ୟ କରିଥାଏ ।
ହଳଦି ମିଶ୍ରିତ ଖିର ସାଧାରଣତଃ ରାତିରେ ପିଇବା ଆରାମଦାୟକ । ଦିନସାରା କଠିନ ପରିଶ୍ରମ କରି ସନ୍ଧ୍ୟାରେ ଘରକୁ ଫେରିବା ପରେ ଶେଯକୁ ଯିବା ପୂର୍ବରୁ ହଳଦି ମିଶ୍ରିତ ଖିର ଗିଲାସେ ଆପଣଙ୍କ ଶରୀରକୁ ସମସ୍ତ ପୀଡାରୁ ମୁକ୍ତ କରିଦିଏ ।
ଖିରକୁ ଅଳ୍ପ ଗରମ କରିବା ପରେ ସେଥିରେ ଚାମୁଚେ ଅବା ଦୁଇ ଚାମଚ ହଳଦି ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ । ସେତିକି ଯଥେଷ୍ଟ, ମାତ୍ର କିଛି ଲୋକ ପାନୀୟକୁ ସ୍ୱାଦିଷ୍ଟ କରିବା ପାଇଁ ଗୋଲ ମରିଚ, ଅଦା, ଡାଳଚିନି ପକାଇଥାନ୍ତି ।
ହଳଦି ମିଶ୍ରିତ ଖିର ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଥଣ୍ଡା କାଶରୁ ରକ୍ଷା କରିଥାଏ ।
ଆଂଠୁଗଂଠି ଯନ୍ତ୍ରଣାରୁ ଉପଶମ ପ୍ରଦାନ କରିଥାଏ । ରାତିରେ ଭଲ ନିଦ୍ରା ହୋଇଥାଏ । ମାନସିକ ଦୁଶ୍ଚିନ୍ତାରୁ ମୁକ୍ତ ରଖିଥାଏ । ହଳଦି ମିଶ୍ରିତ ପାଣିରେ ଭରପୁର ପ୍ରୋଟିନ, କ୍ୟାଲସିୟମ ଓ ଭିଟାମିନ ଅଛି ।
ମୋଟାମୋଟି କହିଲେ, ଆପଣଙ୍କ ଶରୀର ପାଇଁ ଉଭୟ ହଳଦି ମିଶ୍ରିତ ପାଣି ଓ ହଳଦି ମିଶ୍ରିତ ଖିର ଉପାଦେୟ ।