ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ଵ ଏଡସ ଦିବସ

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ସ୍ଥିତ ବାସୁଦେବ ସେଠୀ ବିଜ୍ଞାନ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ ଓ ଅରୁଣା ସଂଗଠନ ର(ଏଲଡ଼ବ୍ଲୁଏସ ପ୍ରୋଜେକ୍ଟ) ମିଳିତ ପ୍ରଚେଷ୍ଟାରେ ଏଡସ ଦିବସ ପାଳନ କରାଯାଇଥିଲା । ଚଳିତ ବର୍ଷ (୨୦୨୫) ବିଶ୍ୱ ଏଡସ୍ ଦିବସର ଥିମ୍ “Overcoming disruption, transforming the AIDS response”। ଏହାର ଲକ୍ଷ୍ୟ ହେଉଛି ” ଏଡସ୍ ପ୍ରତିକ୍ରିୟାକୁ ରୂପାନ୍ତରିତ କରିବା ଏବଂ ଘୃଣା ଓ ଭେଦଭାବକୁ ଦୂର କରିବା। ଏହି ଏଡସ ସଚେତନ ଲାଗି କଲେଜ ର ସମସ୍ତ ଛାତ୍ରଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା, ଅରୁଣା ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ଏକ ରାଲି କରାଯାଇଥିଲା ।

ଉକ୍ତ ସଚେତନ କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷା ଗୌରୀ କୁମାରୀ ପାଣିଙ୍କ ଅଧ୍ୟକ୍ଷତା ରେ ଏକ ପୁରସ୍କାର ବିତରଣ ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ” ଅରୁଣା ” ସଂଗଠନ ର ଜୋନାଲ ସୁପରଭାଇଜର ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଏଡ଼ସ ର ଭୟାବହତା, ତଥା ସଂକ୍ରମଣକୁ କିପରି ରୋକିବା, ଓ ନିରାକରଣ ଦିଗରେ କିପରି ସଚେତନତା ସୃଷ୍ଟି କରିବା ତା ଉପରେ ଅନେକ ତଥ୍ୟ ଉପସ୍ଥାପନା କଲେ |ତାହା ସହ ସ୍ଥାନୀୟ କଲେଜର ଅର୍ଥଶାସ୍ତ୍ର ଅଧ୍ୟାପକ ଅଭି ମନ୍ୟୁ ନାହାକ ଏଡସ ସଚେତନ ଉପରେ ଅନେକ ସଚେତନ ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ ।

ଏହି ସଭା କାର୍ଯ୍ୟକୁ ଶୃଙ୍ଖଳିତ ଭାବେ ସୁଚାରୁ ରୂପେ ତୁଲାଇବାରେ କଲେଜ ର ଯୁବ ରେଡ଼କ୍ରସ କାଉନସିଲର ତଥା ରେଡ ରିବନକ୍ଲବ ର ପ୍ରୋଗ୍ରାମ ଅଫିସର ଭଗବାନ ପାଣିଗ୍ରାହୀ ଓ ଅତିରିକ୍ତ ପ୍ରୋଗ୍ରାମ ଅଫିସର କୁମୁଦ ରଞ୍ଜନ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏଥିରେ ପୁରୁଷୋତ୍ତମପୁର ବ୍ଲକର ଅରୁଣା ର କର୍ମକର୍ତ୍ତା ରବୀନ୍ଦ୍ର ନାଥ ସେଠି,ସନ୍ତୋଷ କୁମାର ଗୌଡ଼,ଅଲେଖ ରାଉଳ,ସାଗରୀକା ବେହେରା, ହର୍ଷମୟୀ ବେହେରା,ନର୍ମଦା ସେଠି,ପ୍ରିୟଙ୍କା ନାୟକ ପ୍ରଭୁତି ପରିଚାଳନା ଦାୟିତ୍ୱ ରେ ଥିଲେ ।