ଦେଉଳକୁ ବଳିଗଲା ମୁଖଶାଳା: ଉପଭୋକ୍ତାଙ୍କ ତିକ୍ତ ଅନୁଭୂତି ପଢ଼ି ତାଜୁବ ହୋଇଯିବେ
ଦେଉଳକୁ ବଳିଯାଇଛି ମୁଖଶାଳା । କରୋନା ମହାମାରୀ ସମୟରେ ଲୋକପ୍ରିୟତା ହାସଲ କରିଥିବା ସେବାଗୁଡ଼ିକ ଏବେ ଭାରି ମହଙ୍ଗା ହୋଇଯାଇଛି ।
ଉପଭୋକ୍ତାଙ୍କୁ ବାଜିଛି ୮୦ ଭାଗ ଟିକସ ଖସଡ଼ା ମାଡ଼ । ଟିକସ ଖସଡ଼ା ନୀତିକୁ କାନରେ ଶୁଣିଥିବା ଲୋକମାନେ ମୋଦୀ ସରକାରଙ୍କୁ ମୁଣ୍ଡରେ ବସାଇ ପାରନ୍ତି ।
କିନ୍ତୁ ୧୦୦ ଟଙ୍କାର ଫାଷ୍ଟ୍ ଫୁଡ୍ ମଗାଇ ୧୮୦ ଟଙ୍କା ପଇଠ କରିଥିବା ଉପଭୋକ୍ତା ମନଟା ଏକପ୍ରକାର ଥଣ୍ଡା ପଡ଼ିଯାଇଚି । ଘରେ ବସି ଅନ୍ ଲାଇନ୍ ରେ ଫାଷ୍ଟ୍ ଫୁଡ୍ ମଗାଇବା ଆଉ ମଜା ଲାଗିବନି ବରଂ ସଜା ଲାଗିବ ।
କୋଇମ୍ବାଟୁର ସ୍ଥିତ ଜଣେ ସ୍ୱିଗି ଉପଭୋକ୍ତା ସୋସିଆଲ ମିଡ଼ିଆରେ ତାଙ୍କର ତିକ୍ତ ଅନୁଭୂତି ସେୟାର କରିଛନ୍ତି । ଖାଦ୍ୟ ପୁଡ଼ିଆ ମଗାଇ ସଂପୃକ୍ତ ଉପଭୋକ୍ତାଙ୍କୁ କିଣାଦାମ ଉପରେ ୮୦ ଭାଗ ଟିକସ ଦେବାକୁ ପଡ଼ିଛି ।
ମାତ୍ର ଦୁଇକିମି ଦୂରରେ ଥିବା ଖାଦ୍ୟ ଡେଲିଭରି କେନ୍ଦ୍ରରୁ ଉପଭୋକ୍ତାଙ୍କ ଘର ନିକଟକୁ ଆସିବା ବାବଦକୁ ୮୦ ଭାଗ ଟିକସ ପଇଠ କରିବାକୁ ପଡ଼ିଛି ।
ବଜାରରେ ମାତ୍ର ୮୧୦ ଟଙ୍କାରେ ମିଳୁଥିବା ଖାଦ୍ୟ ସାମଗ୍ରୀ ଏବେ ଫୁଡ୍ ଡେଲିଭରି ପ୍ଲାଟପର୍ମରେ ୧୪୭୩ ଟଙ୍କା ଦାବି କରୁଛନ୍ତି ।
ଏବେ ଉପଭୋକ୍ତା ସରକାରଙ୍କ ଟିକସ ଖସଡ଼ା ନୀତିକୁ ଭଲ ଭାବରେ ବୁଝି ସାରିବେଣି । ଅନ୍ ଲାଇନ୍ ରେ ଖାଦ୍ୟ ପୁଡ଼ିଆ ମଗାଇବା ଏବେ ମହଙ୍ଗା ହୋଇଗଲା ।
ତେଣୁ ଘର ବାହାରକୁ ଯାଇ ଦୋକାନ ଆଗରେ ଲମ୍ବା ଲାଇନରେ ଠିଆ ହୋଇ ଖାଦ୍ୟ କିଣନ୍ତୁ ଓ ମଜା ଉଠାନ୍ତୁ ।