ମେଷ: ମା’ ବଗଳାମୁଖୀଙ୍କ ଦର୍ଶନ କରନ୍ତୁ। ଗୁରୁ, ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ନିକଟରେ ବିନୟ ଭାବ ପ୍ରଦର୍ଶନ କରିପାରନ୍ତି। ସରକାରୀ ଓ ବେସରକାରୀ ଅର୍ଥ ପାଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିବେ। ସମ୍ମାନିତ ହେବେ। କର୍ମଠ ହେବେ। ଶୁଭ ରଙ୍ଗ: ରୂପା, ନମ୍ବର: ୩
ବୃଷ: ମା’ ଲକ୍ଷ୍ମୀ ଦର୍ଶନ କରନ୍ତୁ। ଧନବାନ୍ ହେବେ। ଗୋଦାନ କରି ଆତ୍ମସନ୍ତୋଷ ଲାଭ କରିବେ। ଆଭୂଷଣ ପ୍ରିୟ ହେବେ। ପରିଧାନ ପ୍ରତି ଉଚ୍ଚାକାଂକ୍ଷୀ ହେବେ। ଦରିଦ୍ରଙ୍କୁ ଭୋଜନ ଦାନ କରି ଧର୍ମ ଅର୍ଜନ କରିବେ। ସୁସ୍ଥ ରହିବେ। ଶୁଭ ରଙ୍ଗ: ନୀଳ, ଶୁଭ ସଂଖ୍ୟା: ୨।
ମିଥୁନ: ମା’ ତ୍ରିପୁରାସୁନ୍ଦରୀଙ୍କ ଦର୍ଶନ କରନ୍ତୁ। ଥଣ୍ଡାଜ୍ୱର ଶରୀରକୁ କ୍ଷୀଣ କରିପାରେ। କର୍ମକ୍ଷେତ୍ରରେ ବାଧା, ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। ପୁତ୍ର, କନ୍ୟାମାନେ ଅପରୂପ ସୌନ୍ଦର୍ଯ୍ୟ ସମ୍ପନ୍ନ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିବେ। ଶୁଭ ରଙ୍ଗ: କଫି, ନମ୍ବର: ୪।
କର୍କଟ: ଭଗବାନ ଶିବଙ୍କୁ ଦର୍ଶନ କରନ୍ତୁ। ସୌଭାଗ୍ୟଯୁକ୍ତା, କଳଙ୍କ ରହିତା ଓ ସଂଯତା କନ୍ୟାକୁ ଧର୍ମପତ୍ନୀ ଭାବେ ପ୍ରାପ୍ତ ହୋଇପାରନ୍ତି। ଦିନଟି ସୁଖଦାୟକ ହେବ। ଶୁଭଙ୍କର ଘଟଣା ଘଟିବ। ସୁସ୍ୱାଦୁ ଭୋଜନ, ଆନନ୍ଦ ମିଳିବ। ଶୁଭ ରଙ୍ଗ: ଲାଲ, ସଂଖ୍ୟା:୫।
ସିଂହ: ପ୍ରଭୁ ଗଜାନନଙ୍କ ଦର୍ଶନ କରନ୍ତୁ। ଉଦ୍ଯୋଗୀ ପତ୍ନୀଙ୍କ ବଳରେ ଧନବାନ୍ ହୋଇପାରନ୍ତି। ଆପଣଙ୍କ ବ୍ୟକ୍ତିତ୍ୱରେ ଶତ୍ରୁମାନେ ଅପସରି ଯାଇପାରନ୍ତି। ପୁତ୍ର, ପତ୍ନୀଙ୍କ ସହାୟତାରେ ଋଣ ପରିଶୋଧ କରିପାରନ୍ତି। ଶୁଭ ରଙ୍ଗ: ଧଳା, ସଂଖ୍ୟା: ୧୧।
କନ୍ୟା: ପ୍ରଭୁ ନାରାୟଣଙ୍କ ଦର୍ଶନ କରନ୍ତୁ। କନ୍ୟାମାନେ ପତିପ୍ରିୟା ହେବେ ଓ ଶାସ୍ତ୍ରାଦିଗୁଣ ଭୂଷିତା ହେବେ। ସୁବକ୍ତା ହୋଇପାରନ୍ତି। ସେହି କନ୍ୟାମାନଙ୍କ ମଧ୍ୟରୁ କେତେକ ସ୍ୱୟଂସିଦ୍ଧା ହୋଇ ଧନ ଅର୍ଜନରେ ପାରଙ୍ଗମ ହେବେ। ଶୁଭ ରଙ୍ଗ: ମେରୁନ୍, ସଂଖ୍ୟା: ୧୨।
ତୁଳା: ମା’ ଗାୟତ୍ରୀଙ୍କ ଦର୍ଶନ କରନ୍ତୁ। ଶୌର୍ଯ୍ୟଯୁକ୍ତ ଓ ଯୁଦ୍ଧପ୍ରିୟ ହେବେ। କଥାବାର୍ତାରେ ଅନ୍ୟର ମନକୁ ମୋହିତ କରିପାରନ୍ତି। ସଦାସର୍ବଦା ହାସ୍ୟମୁଖ ରହିବେ। ଯାନବାହନ ସୁଖ ମିଳିପାରେ। ଶୁଭ ରଙ୍ଗ: ରୂପା, ସଂଖ୍ୟା: ୪।
ବିଛା: ହନୁମାନଙ୍କ ଦର୍ଶନ କରନ୍ତୁ। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହୋଇପାରନ୍ତି। ଅଶାନ୍ତିର ଅବସାନ ଘଟିବ। କର୍ମକ୍ଷେତ୍ରରେ ଜ୍ଞାନଗରିମା ପ୍ରୟୋଗ କରି ଅଧିକ ଲାଭବାନ୍ ହୋଇପାରନ୍ତି। ଧର୍ମଜ୍ଞ ହେବେ। ଶୁଭ ରଙ୍ଗ: ଗୋଲାପୀ, ନମ୍ବର: ୩।
ଧନୁ: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରନ୍ତୁ। ସ୍ଥିର ସମ୍ପତିରୁ ସୁଧ ଆକାରରେ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ। ସୁଯୋଗ ଅର୍ଜନ କରି ହିତାଧିକାରୀଙ୍କ ଆଶୀର୍ବାଦରୁ ଧନବାନ୍ ହେବେ। ରସାୟନ ବିଷୟ ଓ ଧର୍ମକ୍ରିୟାରୁ ଧନ ପ୍ରାପ୍ତ ହେବେ। ଶୁଭ ରଙ୍ଗ: ଲାଲ, ନମ୍ବର: ୭।
ମକର: ମା’ ଭୈରବୀଙ୍କ ଦର୍ଶନ କରନ୍ତୁ। ଆୟ ଊଣା ହେବ ନାହିଁ। ଭାଗ୍ୟ ଉପରେ ନିର୍ଭରଶୀଳ ନ ହୋଇ କର୍ମ କୁଶଳତାରୁ ଉଚ୍ଚାସନରେ ଆସୀନ ହେବେ। ଅବିଶ୍ୱାସୀ ବନ୍ଧୁଙ୍କଠାରେ କପଟ ସ୍ନେହ ପ୍ରଦର୍ଶନ କରିବେ। ଆହାର ସୁଧାର ହେବ। ଶୁଭ ରଙ୍ଗ: ଇନ୍ଦ୍ରନୀଳ, ନମ୍ବର: ୧୧।
କୁମ୍ଭ: ମା’ ବିମଳାଙ୍କ ଦର୍ଶନ କରନ୍ତୁ। ଦେବ କାର୍ଯ୍ୟରେ ବ୍ରହ୍ମ ଉପାସକଙ୍କ ହିତାର୍ଥ, ସିଦ୍ଧ ତପସ୍ୱୀମାନଙ୍କ ସ୍ନେହାଶୀର୍ବାଦରୁ, ସାଧୁମାନଙ୍କ କଲ୍ୟାଣରୁ ଧନବନ ଓ ମନବଳକୁ ଦୃଢ଼ କରି ସଂଗ୍ରାମୀ ମନୋବୃତିରେ ଧନ ବ୍ୟୟ କରିବେ। ସ୍ଥିର ସମ୍ପତିରୁ ସୁଧ ଆକାରରେ ଅର୍ଥ ଉପାର୍ଜନ କରିବାକୁ ସକ୍ଷମ ହେବେ। ଶୁଭ ରଙ୍ଗ: ମାଟିଆ, ନମ୍ବର:୬।
ମୀନ: ମା’ ତାରାଙ୍କ ଦର୍ଶନ କରନ୍ତୁ। ବହୁ ପ୍ରକାରର ଲାଭଯୁକ୍ତ ହେବେ। ମିତ୍ରଠାରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଆର୍ଥିକ ଅନୁଦାନ ମିଳିପାରେ। ସମ୍ମାନିତ ହେବା ସହିତ ସମ୍ବର୍ଦ୍ଧନାରୁ ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇପାରେ। ଗୁରୁ, ଗୁରୁଜନ ଓ ବରିଷ୍ଠ ବ୍ୟକ୍ତିମାନଙ୍କ ନିକଟରେ ବିନୟ ଭାବ ପ୍ରଦର୍ଶନ କରିପାରନ୍ତି। ଶୁଭ ରଙ୍ଗ ହଳଦିଆ, ନମ୍ବର: ୯।