ଅଜାଣତରେ ଆପଣ ନିଜର କ୍ଷତି କରୁନାହାନ୍ତି ତ?

ଠିକ୍‌-ଭୁଲ ଭିତରେ ଫସିଗଲେ, ମନକୁ ଦୃଢ଼ କରନ୍ତୁ….

କିଛି ପୁରୁଷ ଓ ମହିଳା ଅଛନ୍ତି ଯୋଉମାନେ ନିଜର ଦକ୍ଷତା ଓ ଯୋଗ୍ୟତାକୁ ଠିକ୍‌ ଭାବରେ ଅନୁଶୀଳନ ନକରି ନିଜକୁ ଅନ୍ୟମାନଙ୍କ ତୁଳନାରେ ଦୁର୍ବଳ ଓ ଅଯୋଗ୍ୟ ମଣିଥାନ୍ତି । ଫଳରେ ହାତମୁଠାକୁ ଆସୁଥିବା ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା କରିଦିଅନ୍ତି । ମାନସିକ ସ୍ତରରେ ଠିକ୍‌ ନିଷ୍ପତି ଗ୍ରହଣ କରୁଥିବା ପୁରୁଷ ଓ ମହିଳା ଆଖି ଆଗରେ ଅନ୍ୟ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱକୁ ଦେଖି ନିଜକୁ ହୀନ ମଣିବା ଏକ ମାନସିକ ରୋଗ । ଏହି ରୋଗ ଏତେ ମାରାତ୍ମକ ଯେ ମଣିଷ ଆତ୍ମଗ୍ଲାନିର ଶିକାର ହୋଇ ନିଜର ପ୍ରଭୂତ କ୍ଷତି କରିଥାଏ ।

ଇଂରାଜୀରେ ଏହି ପ୍ରକାର ମାନସିକ ରୋଗକୁ ଝରକ୍ଷଲ ଝବଭକ୍ଟଗ୍ଧବଶର କୁହାଯାଏ । ଆପଣଙ୍କ ଜୀବନରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିବା ଭିତରେ ଆପଣଙ୍କ ମନରେ ସ୍ୱତଃ ଏକ ଭାବନା ଜାଗ୍ରତ ହୁଏ ଆପଣ ପ୍ରକୃତରେ ଆଡମ୍ବରପୂର୍ଣ୍ଣ ଜୀବନ ଯାପନ ପାଇଁ ଉପଯୁକ୍ତ ନୁହନ୍ତି । ଏପରି ଭାବନା ଆପଣଙ୍କୁ ନିଃସଙ୍ଗ କରିଦେବ । ଆଳସ୍ୟ ପରାୟଣତା ଏହି ମାନସିକ ରୋଗର ଅନ୍ୟ ଏକ ଲକ୍ଷଣ ।

ଦକ୍ଷତା ଓ ଯୋଗ୍ୟତା ଥିବା ସତ୍ୱେ କୌଣସି କାମକୁ ଜାଣିଶୁଣି ଏଡ଼ାଇଯିବା ଆପଣଙ୍କ ବ୍ୟକ୍ତିଗତ ଓ ପେସାଦାର ଜୀବନକୁ କ୍ଷତିଗ୍ରସ୍ତ କରିଥାଏ ।ଅନେକ ସମୟରେ କୌଣସି କାମରେ ବିବ୍ରତବୋଧ କରି ସଂପର୍କୀୟଙ୍କ ଉପରେ ରାଗ ସୁଝିବା ଆଉ ଏକ ବିରାଟ ଭୁଲ । ଏପରି ଭୁଲ କେବେ କରନ୍ତୁ ନାହିଁ । ନିଜକୁ ନିଜେ ହୀନ ମଣିବା ଏପରି ଏକ ମାରାତ୍ମକ ରୋଗ ଯାହାର ନିରାକରଣ ପାଇଁ କୌଣସି ଔଷଧ ନାହିଁ । ଆପଣ ନିଜେ ହିଁ ମାନସିକ ସ୍ଥିତିକୁ ଦୃଢ଼ କରି ଏହି ରୋଗକୁ ଦୂର କରିପାରିବେ ।