ଗରମରୁ ଆଶ୍ୱସ୍ତି ପାଇଁ କୋଲ୍ଡ କଫି

ଗରମରୁ ଆଶ୍ୱସ୍ତି ପାଇଁ ଅଧିକ ଲୋକେ କୋଲ୍ଡ କଫି ପିଇଥାଆନ୍ତି । ଲୋକେ ହଟ କଫି-ଚାହା ବଦଳରେ କୋଲ୍ଡ କଫିକୁ ବହୁତ ପସନ୍ଦ କରିଥାନ୍ତି । ହେଲେ ଆବଶ୍ୟକତାଠାରୁ ଅଧିକ ପିଇଲେ ଶରୀରରେ ଏହା ସାଇଡ ଇଫେକ୍ଟ ଦେଖାଇଥାଏ । କୋଲ୍ଡ କଫିରେ ଅଧିକ ମାତ୍ରାରେ ଚିନିର ବ୍ୟବହାର ହୋଇଥାଏ । ଏଥିପାଇଁ ଏହାକୁ ଅଧିକ ପିଇଲେ ବ୍ଲଡ ସୁଗାର ଲେବଲକୁ ଅଧିକ ବଢାଇଥାଏ । ଏଥିସହ ଟାଇପ-୨ ଡାଇବେଟିସର ବିପଦକୁ ବଢାଇଥାଏ ।

 

କୋଲ୍ଡ କଫିରେ କ୍ୟାଫେନ ମାତ୍ରା ଅଧିକ ହୋଇଥାଏ । ଏହାକୁ ଅଧିକ ପିଇଲେ ଶୋଇବା ଚକ୍ର ମଧ୍ୟ ଖରାପ ହେବାରେ ଲାଗିଥାଏ । ଏଥିସହ ନିଦ ମାତ୍ରାକୁ ହ୍ରାସ କରିବା ସହ ରୋଗକୁ ବଢାଇଥାଏ । ଗରମରେ ଶରୀରେ ପାଣିର ମାତ୍ରା କମ ଥାଏ ଯଦି ଆପଣ କୋଲ୍ଡ କଫି ଅଧିକ ପିଇବେ ତେବେ ଆପଣ ଡିହାଇଡ୍ରେସନର ଶିକାର ହୋଇପାରନ୍ତି । କୋଲ୍ଡ କଫି ପିଇଲେ ନଭର୍ସନେସ ଏବଂ ଏନଜାଇଟୀର ମଧ୍ୟ ଶିକାର ହୋଇପାରନ୍ତି । ଏହା ପେଟ ପାଇଁ ମଧ୍ୟ ବିଲକୁଲ ଠିକ ନୁହେଁ ।