ସଙ୍ଗଲାଭ: ପୁରୁଷଙ୍କ ଅପେକ୍ଷା ମହିଳା ଆଗୁଆ

ଜାତୀୟ ପରିବାର ସ୍ୱାସ୍ଥ୍ୟ ବିଭାଗ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି…..

ସମସ୍ତେ ଜାଣନ୍ତି, ଜୀବନ ଚାଲିଯିବ ପଛେ କୌଣସି ମହିଳା ବା ଯୁବତୀ ପ୍ରଥମେ ମନର ଭାବ ପ୍ରକାଶ କରନ୍ତିନି । ମାତ୍ର ଥରେ କାହା ସହିତ ବନ୍ଧୁତା ସ୍ଥାପନ ହୋଇଗଲେ, ମହିଳାମାନେ ପୁରୁଷଙ୍କୁ ପଛରେ ପକାଇ ଯଥେଷ୍ଟ ଆଗକୁ ଚାଲିଯାଆନ୍ତି । ଏକ ସର୍ବେକ୍ଷଣରୁ ଜଣାପଡ଼ିଛି, ଯୌନ ସମ୍ପର୍କ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି । ଜାତୀୟ ପରିବାର ସ୍ୱାସ୍ଥ୍ୟ ବିଭାଗ ସର୍ବେକ୍ଷଣରୁ ଏହା ସ୍ପଷ୍ଟ ହୋଇଛି । ସର୍ବେକ୍ଷକମାନେ ୧୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗସ୍ତ କରି ପ୍ରାୟ ୧ ଲକ୍ଷ ୧୦ ହଜାର ମହିଳା ଓ ଏକ ଲକ୍ଷ ପୁରୁଷଙ୍କୁ ଭେଟିଥିଲେ । ରିପୋର୍ଟ ମୁତାବକ ଜଣେ ଅବିବାହିତ ଯୁବକ ଅତି ବେଶୀରେ ଦୁଇଜଣ ଯୁବତୀଙ୍କ ସହ ବନ୍ଧୁତା ସ୍ଥାପନ କରିଥାନ୍ତି ।

ସେମାନଙ୍କ ଭିତରୁ ଜଣକ ସହ ନିୟମିତ ଶାରୀରିକ ସମ୍ପର୍କ ରକ୍ଷା କରୁଥିଲା ବେଳେ ଅନ୍ୟ ସହିତ କ୍ୱଚିତ୍‌ ସମ୍ପର୍କ ରକ୍ଷା କରିଥାନ୍ତି । କିନ୍ତୁ ମହିଳାଙ୍କ କ୍ଷେତ୍ରରେ ତାହା ନୁହେଁ । ଜଣେ ଯୁବତୀ ବର୍ଷକ ଭିତରେ ପ୍ରାୟ ତିନିଜଣ ଯୁବବନ୍ଧୁ ସହିତ ରାତି ବିତାଇଥାନ୍ତି । ରିପୋର୍ଟରୁ ଜଣାପଡ଼ିଛି ଯେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଶୃଙ୍ଖଳିତ ଯୌନଜୀବନ ବିତାଇଥାନ୍ତି । ବିବାହିତା ମହିଳାମାନେ ସ୍ୱାମୀଙ୍କଠାରୁ ଯୌନତୃପ୍ତି ନପାଇ ପରପୁରୁଷ ପ୍ରତି ଦୁର୍ବଳତା ପ୍ରକାଶ କରୁଥିବା ମାନିଛନ୍ତି ।

ରାଜସ୍ଥାନର ମହିଳାମାନେ ସହଜରେ ପୁରୁଷବନ୍ଧୁଙ୍କ ସହ ରାତି କଟାଇବାକୁ ରାଜି ହୋଇଯାନ୍ତି । ମାତ୍ର ୦.୪ ଭାଗ ପୁରୁଷ ପତ୍ନୀଠାରୁ ଦୂରରେ ରହିଥିବାରୁ ଅନ୍ୟ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ ହୁଅନ୍ତି ବୋଲି ସ୍ୱୀକାର କରିଛନ୍ତି । ସର୍ବେକ୍ଷଣରେ ସାମିଲ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ହେଉଛି ରାଜସ୍ଥାନ, ହରିଆଣା, ଚଣ୍ଡିଗଡ, ଜମ୍ମୁ-କଶ୍ମୀର, ଲଦାଖ, ମଧ୍ୟ ପ୍ରଦେଶ, ଆସାମ, କେରଳ, ଲାକ୍ଷାଦୀପ, ପୁଡୁଚେରୀ ଓ ତାମିଲନାଡୁ ।