ଭୁବନେଶ୍ୱର: କର୍କଟ ନାଁ ଶୁଣିବା ମାତ୍ରେ ଯେ କୌଣସି ସୁସ୍ଥ ସବଳ ଲୋକ ମନଟି ଦୋହଲିଯାଏ । ଆମର ନିୟମିତ ଖାଦ୍ୟପେୟରେ ସାମାନ୍ୟ ପରିବର୍ତନ ଆମକୁ ମୃତ୍ୟୁମୁଖକୁ ଠେଲି ଦେଇପାରେ । ମଣିଷ ଯେତିକି ଆଧୁନିକ ଆଡକୁ ଗତି କରୁଛି; ତା’ର ଜୀବନଶୈଳୀ ତାକୁ କର୍କଟ ନିକଟକୁ ନେଇଯାଉଛି । ନିକଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟରେ ସେହି ବିଷୟ ଉଲ୍ଲେଖ କରାଯାଇଛି ।
ବେକନ୍, ସାସେଜ ଓ ହଟ୍ ଡଗ୍ ଭଳି ଫାଷ୍ଟ ଫୁଡ୍ରେ ପ୍ରଚୁର ପରିମାଣର ନାଇଟ୍ରେଟ୍ ଓ ନାଇଟ୍ରାଇଡ୍ ମିଶିଥାଏ । ତାକୁ ପୁନଃ ଗରମ କରିବା ଫଳରେ ନାଇଟ୍ରୋସାମାଇନ୍ ଗଠିତ ହୁଏ ଯାହା ପାକସ୍ଥଳୀ କର୍କଟକୁ ଡାକି ଆଣିଥାଏ ।ବଜାରରେ ମିଳୁଥିବା କମ୍ପାନୀ ପ୍ରସ୍ତୁତ ଫାଷ୍ଟ୍ ଫୁଡ୍ ସବୁବେଳେ ସେବନ କରିବା ଫଳରେ ଶରୀରକୁ କ୍ଷତିରେ ପକାଇଥାଏ ।
ଅଲଟ୍ରା ପ୍ରସେସ୍ଡ୍ ଖାଦ୍ୟପଦାର୍ଥରେ ଶରୀରକୁ ହାନି କରିବା ଭଳି ରସାୟନ ମିଶି ରହିଥାଏ ଯାହାକୁ ସେବନ କଲେ ଆମ ପାଚନ କ୍ରିୟା କ୍ଷତିଗ୍ରସ୍ତ ହୋଇଥାଏ ।ପ୍ରଚୁର ମଦ୍ୟପାନ, ଅଧିକ ମିଠା ସେବନ ଓ ରେଡ୍ ମିଟ୍ ମଧ୍ୟ ଆମ ଶରୀରକୁ କର୍କଟ ଅନୁକୂଳ କରିଦିଏ ।