ବଜେଟ୍‌ ଅଧିବେଶନ: ସଭ୍ୟପଦ ଫେରିପାଇଲେ ୧୪୬

ନୂଆଦିଲ୍ଲୀ: ବୁଧବାରଠାରୁ ଆରମ୍ଭ ହେବ ସଂସଦର ବଜେଟ୍‌ ଅଧିବେଶନ । ତା’ ପୂର୍ବରୁ ମୋଦି ସରକାର ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିଛନ୍ତି । ସୂଚନା ମୁତାବକ ଉଭୟ ଲୋକସଭା ଓ ରାଜ୍ୟସଭାର ୧୪୬ ଜଣ ସାଂସଦଙ୍କୁ ବିଶୃଙ୍ଖଳିତ ଆଚରଣ ଓ ଉଚ୍ଚାରଣ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ନିଲମ୍ବନ କରାଯାଇଥିଲା ।

ସୂଚନା ମୁତାବକ ଡିସେମ୍ବର ୧୩ ତାରିଖରେ ସଂସଦର ସୁରକ୍ଷା କର୍ମୀଙ୍କ ଆଖିରେ ଧୂଳି ଦେଇ ଦୁଇଜଣ ଯୁବକ ଲୋକସଭା ଭିତରକୁ ପଶି ଯାଇ ହଙ୍ଗାମା କରିଥିଲେ । ତାକୁ କେନ୍ଦ୍ର କରି ବିରୋଧୀ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରୁ ବିବୃତି ଦାବି କରିଥିଲେ ।