ଘରେ କଇଁଛ ରଖନ୍ତୁ, ମା’ ଲକ୍ଷ୍ମୀଙ୍କ କୃପା ପାଇବେ

ଭୁବନେଶ୍ୱର: ଭଗବାନ ବିଷ୍ଣୁ କଚ୍ଛପ ଅବତାର ଗ୍ରହଣ କରିଥିଲେ । ତେଣୁ ଯୋଉଠି କଇଁଛ ରହିଥାଏ; ସେଠାରେ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି ଧରି ନିଆଯାଏ । ଆଜିକାଲି ଲୋକଙ୍କ ଅଙ୍ଗୁଠିରେ କଇଁଛ ମୁଦି ଦେଖିବାକୁ ମିଳେ । କଥିତ ଅଛି, ଶୁକ୍ରବାର ଦିନ, ଅକ୍ଷୟ ତୃତୀୟା, ଦୀପାବଳି, ଧନତେରସ ଭଳି ପବିତ୍ର ତିଥିରେ କଇଁଛ ମୁଦି ପିନ୍ଧିଲେ, ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ ।

ଯେକୌଣସି ଅଭିଳାଷ ପୂରଣ ପାଇଁ ସାଦା କାଗଜ ଉପରେ ମନର କଥା ଲେଖି ତାକୁ ଧାତୁରେ ତିଆରି କଇଁଛ ଭିତରେ ପୁରାଇ ଉତର ଦିଗରେ ରଖି ଦିଅନ୍ତୁ । ନିୟମିତ ସକାଳ ଓ ସନ୍ଧ୍ୟାରେ ଉକ୍ତ କଇଁଛ ନିକଟରେ ବତୀ ଜାଳନ୍ତୁ । ଦୁଇମାସ ଭିତରେ ଆପଣଙ୍କ ମନସ୍କାମନା ପୂରଣ ହୋଇଯିବ ।