ଖରା ଗରମରୁ ତ୍ରାହି ପିଅନ୍ତୁ ଲେମ୍ବୁପାଣି ଜାଣନ୍ତୁ ଏହାର ଉପକାରିତା…
ଖରାଦିନେ ଯଦି ଗିଲାସେ ଲେମ୍ବୁ ପାଣି ମିଳିଯାଏ ….
ଖରା ଗରମରୁ ତ୍ରାହି ସହିତ ଶରୀରକୁ କିଛି ଭିଟାମିନ୍ ଓ ମିନେରାଲ ମଧ୍ୟ ମିଳିଥାଏ। ଏହା କେବଳ ଶରୀରକୁ ସତେଜତା ପ୍ରଦାନ କରି ନଥାଏ ବରଂ ଏହା ସ୍ୱାଦିଷ୍ଟ ଓ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ୱରେ ପରିପୂର୍ଣ୍ଣ କରିଥାଏ। ଲେମ୍ବୁ ପାଣି ଶରୀରକୁ ସତେଜତା ପ୍ରଦାନ କରିବା ସହିତ ଜଳୀୟ ଅଂଶ ବଢାଇବାରେ ସାହାଯ୍ୟ କରିଥାଏ ।
ଲେମ୍ବୁରେ ଭିଟାମିନ ସି ଓ ଆଂଟି ଅକ୍ସିଡାଂଟ୍ ପରିମାଣ ଅଧିକ ରହିଥାଏ। ଏହା ସହିତ ଏଥିରେ କମ୍ ପରିମାଣର ଫୋଲେଟ୍, ପୋଟାସିୟମ୍ ଓ ଭିଟାମିନ ବି ମିଶି ରହିଥାଏ।
ଲେମ୍ବୁ ପାଣିର ଉପକାରିତା:
ହଜମ ପ୍ରକ୍ରିୟାରେ ଉନ୍ନତି: ଖାଇବା ଆଗରୁ ଏକ ଗ୍ଲାସ୍ ଲେମ୍ବୁ ପାଣି ପିଇବା ଦ୍ୱାରା ପାଚନ ପ୍ରକ୍ରିୟାରେ ଯଥେଷ୍ଟ ଉନ୍ନତି ଆସିଥାଏ । ଲେମ୍ବୁ ପାଚନ ରସ କ୍ଷରଣ କରିବାରେ ସାହାଯ୍ୟ କରିଥାଏ। ଯାହା ଖାଦ୍ୟ ହଜମ କରିବା ପ୍ରକ୍ରିୟାରେ ସାହାଯ୍ୟ କରିଥାଏ।
କିଡ୍ନୀ ଷ୍ଟୋନରୁ ମୁକ୍ତି ମିଳିପାରେ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ କିଡନୀରେ ପଥର ତିଆରି ହେବାକୁ ଦିଏ ନାହିଁ । ବିଶେଷଜ୍ଞଙ୍କ ଅନୁଯାୟୀ ଏଥିରେ ଥିବା ସାଇଟ୍ରେଟ୍ ନାମକ ଉପାଦାନ ପରିସ୍ରାକୁ କମ୍ ଅମ୍ଳୀୟ କରିବା ସହିତ ଛୋଟ ଛୋଟ ପଥର ଗୁଡିକୁ ଭାଙ୍ଗି ଦିଏ।
ଓଜନ ହ୍ରାସ କରିବାରେ ସାହାଯ୍ୟ: ପ୍ରତିଦିନ ଲେମ୍ବୁ ପାଣି ପିଇବା ଦ୍ୱାରା ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ । ବିଭିନ୍ନ ପରୀକ୍ଷଣରେ ଏହା ପ୍ରମାଣିତ ହୋଇସାରିଛି । ଗବେଷଣାରୁ ଜଣାପଡିଛି ଯେ, ଖାଦ୍ୟ ଗ୍ରହଣ କରିବା ଆଗରୁ ଆପଣ ଯଦି ପାଣି ପିଅନ୍ତି, ଆପଣଙ୍କ ଖାଇବା ପରିମାଣ ଆଗ ଅପେକ୍ଷା ହ୍ରାସ ପାଇଥାଏ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଲେମ୍ବୁ ଭଳି ଖଟା ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏହା ଶରୀରକୁ ଫ୍ରି ରାଡିକାଲ୍ସରୁ ରକ୍ଷା କରିଥାଏ। ଶରୀରରେ ଫ୍ରି ରାଡିକାଲ୍ସ ଜ୍ୱଳନ ସୃଷ୍ଟି କରିଥାଏ।
ଏହାକୁ ସଠିକ ସମୟରେ ଗ୍ରହଣ କରିଲେ ଶରୀରରେ ଜ୍ୱଳନ ହ୍ରାସ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ।