ପିଅନ୍ତୁ ଶକ୍ତିଶାଳୀ ପାନୀୟ: ଚାଲିଯିବ ଥକାପଣ

ସକାଳୁ ଉଠିବା ସମୟରୁ ରାତିରେ ଶେଯକୁ ଯିବା ପର୍ଯ୍ୟନ୍ତ ଆମ ଶରୀରକୁ ନାନା ପରିଶ୍ରମ କରିବାକୁ ପଡ଼ିଥାଏ । ସେହି କାମକୁ ଦରକାର ଶକ୍ତିବର୍ଦ୍ଧକ ଭିଟାମିନ ବି୧୨ । ଏହି ଭିଟାମିନ ଅଭାବ କାରଣରୁ ଶରୀରର ମାଂସପେଶୀ, ଶାରୀରିକ ଗଠନ କ୍ଷତିଗ୍ରସ୍ତ ହୋଇଥାଏ ।

ପୁଷ୍ଟିହୀନତା ଦୂର ପାଇଁ ଆମ ପକ୍ଷେ ଶକ୍ତିଶାଳୀ ପାନୀୟ ପିଇବା ଜରୁରୀ । ଶକ୍ତିଶାଳୀ ପାନୀୟ ଭିତରେ କ୍ଷୀର, କମଳା ଜୁସ୍‌, ସୋୟା ମିଶ୍ରିତ କ୍ଷୀର, ବାଦାମ ମିଶ୍ରିତ କ୍ଷୀର ପିଇବାକୁ ହେବ । ତା’ ସହିତ ସବୁଜ ପନିପରିବା, ବିଭିନ୍ନ ପ୍ରକାରର ଫଳ, ଅଣ୍ଡା, ପନୀର, ଛେଳି କଲିଜା, ଚୁନା ମାଛ ନିଶ୍ଚିତ ଭାବେ ଖାଆନ୍ତୁ ।