ବିଜେଡିକୁ ମିଳିଗଲା ନିର୍ବାଚନ ଖର୍ଚ୍ଚ!

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ମଦବେପାରୀଙ୍କ ଘରେ ଟଙ୍କାର ପାହାଡ଼ । ଗଣିଲେ ସରୁନି । ଆୟକର ବିଭାଗ ସୂଚନା ମୁତାବକ ଜବତ ଟଙ୍କା ଗଣିବା ପାଇଁ ପ୍ରାୟ ୫ ଦିନ ସମୟ ଲାଗିବ । ଏକାଧିକ ଆଲମୀରାରେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ । ଜବତ ଟଙ୍କା ଗଣିବା କାମରେ ଏଟିଏମକୁ ବ୍ୟବହାର କରାଯାଉଛି । ଅଦ୍ୟାବଧି ୨୦୦ କୋଟି ଟଙ୍କା ଗଣା ସରିଲାଣି ।

ଜଣେ ମଦବେପାରୀଙ୍କ ଘରୁ ଯଦି ଏତେ? ସବୁ ମଦବେପାରୀଙ୍କ ଘରେ କେତେ? ଭଲ ହେଲା, ଟାଉଟରକୁ ଟାଉଟର ଭଲ ଭାବରେ ଜାଣେ । ଏ କଥା ନବୀନ ପଟ୍ଟନାୟକଙ୍କୁ ଜଣାଥିବାରୁ ପାଣ୍ଡିୟାନଙ୍କୁ ଚୟନ କରିଛନ୍ତି।

ମଦବେପାରୀଙ୍କ ଘରୁ ଜବତ ସବୁ ଟଙ୍କା ସରକାରଙ୍କ ତହବିଲକୁ ଯିବ? ଏମିତି ଗୋଟିଏ ପ୍ରଶ୍ନ ସମସ୍ତଙ୍କୁ ଘାରିଛି । ଜବତ ଟଙ୍କା ଭିତରୁ କିଛି ଭାଗ ବିଜେଡି ଓ ବିଜେପି ଅଘୋଷିତ ପାଣ୍ଠିକୁ ଚାଲିଗଲେ କେମିତି ହୁଅନ୍ତା?