ଓଜନ କମାଇବା ପାଇଁ ବ୍ୟାୟାମ ସହିତ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଥା’ନ୍ତି। ଯଦି ଆପଣ ବି ନିଜ ଓଜନକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଡାଏଟ୍ରେ ଅଁଲା ଜୁସ୍କୁ ସାମିଲ କରନ୍ତୁ। ଓଜନ କମାଇବା ପାଇଁ ଏହା ତୁରନ୍ତ କାର୍ଯ୍ୟ କରିଥାଏ। ଅଁଳାରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡାଣ୍ଟ୍ ରହିଛି, ଯାହା ବିଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିବାରେ ସାହାଯ୍ୟ କରିଥାଏ। ପେଟ ପାଇଁ ଅଁଳାକୁ ସୁପର ଫୁଡ୍ ବୋଲି କୁହାଯାଏ। ଏଥିରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ।
ଏହା ସହିତ ମେଟାବୋଲିଜିମ୍କୁ ମଜବୁତ୍ କରି ପେଟରେ ଖାଦ୍ୟ ବର୍ଣ୍ଣିଙ୍ଗ୍ ପ୍ରୋସେସ୍କୁ ସକ୍ରିୟ କରିଥାଏ। ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ। ଅଁଳାରେ ହାଇପୋଲାପିଡେମିକ୍ ପ୍ରୋପଟିଜ୍ ରହିଛି, ଯାହା ଶରୀରରେ କୋଲେଷ୍ଟ୍ରଲ୍ ସହିତ ଲଢ଼େଇ କରିଥାଏ ଏବଂ ଓଜନ କମ୍ କରିଥାଏ।