ଭାଗ୍ୟ ବଦଳିଯିବ, ଦର୍ଶନ କରନ୍ତୁ ଉଦୟ ସୂର୍ଯ୍ୟ

ଆଗକୁ ଗଡ଼ିବ ଅଟକି ଯାଇଥିବା କାମ…..

ଛୋଟ ଥିଲାବେଳେ ସକାଳୁ ଉଠିବାକୁ ଇଛା ହୁଏନା । କିନ୍ତୁ ବଡ଼ ହୋଇଯିବା ପରେ ସବୁକିଛି ବଦଳିଯାଏ । ଆପଣଙ୍କୁ ବହୁତ କାମ କରିବାକୁ ପଡେ଼; ତେଣୁ ସକାଳୁ ଉଠିବା ଜରୁରୀ ହୋଇଯାଏ । ଘର ପରିବାର ପାଇଁ ରୋଜଗାର କରିବାକୁ ପଡେ଼ । ଅଫିସ କି ବ୍ୟବସାୟ ପରିଚାଳନା ସହିତ ଘରଲୋକଙ୍କ ପାଇଁ ସମୟ ଦେବାକୁ ପଡେ଼ । ଏସବୁ କାମକୁ ଠିକ୍‌ ଭାବେ ସାରିବାକୁ ହେଲେ, ସକାଳୁ ଉଠିବା ଲାଭଦାୟକ । ଯେଉଁ ଲୋକ ସମୟ ସହ ପାଦ ମିଶାଇ ଚାଲିପାରନ୍ତି; ସେଇମାନେ ହିଁ ମୁକଦର କା ସିକନ୍ଦର ।

ସକାଳେ ବେଶି ଗହଳ ଚହଳ ନଥାଏ । ନା ଆସେ ଫୋନ୍‌ କଲ୍‌ ନା ମେସେଜ୍‌ । ଅଧିକାଂଶ ଲୋକମାନେ ଶୟନ କରିବା କାରଣରୁ ଆପଣଙ୍କ କାମରେ କେହି ହସ୍ତକ୍ଷେପ କରିପାରନ୍ତି ନାହିଁ । ସଂକ୍ଷେପରେ କହିଲେ ସକାଳ ସମୟ ‘ୟୁ ଟାଇମ୍‌’ । ତେଣୁ ବାକିଆ କାମ ସାରିବା ପାଇଁ ସକାଳ ସମୟ ହିଁ ଉପଯୁକ୍ତ ସମୟ ।

ବ୍ୟାୟାମ ପାଇଁ ଉପଯୁକ୍ତ ସମୟ: ପେସାଦାର ଜୀବନ ହେଉ କି ବ୍ୟକ୍ତିଗତ । ଶରୀର ସୁସ୍ଥ ରହିଲେ, ସବୁ କିଛି ସୁନ୍ଦର ଲାଗେ । ସୁସ୍ଥ ଲୋକମାନେ ବେଶ ଦକ୍ଷତାର ସହ କାମ କରନ୍ତି । କର୍ମମୁଖର ଜୀବନରେ ସକାଳ ୯ଟାରୁ ଅପରାହ୍ଣ ୫ଟା ଭିତରେ ବ୍ୟାୟାମ ପାଇଁ ସମୟ ମିଳେନା । ତେଣୁ ସକାଳୁ ଉଠିବା ମାତ୍ରେ ନିତ୍ୟକର୍ମ ସାରି ବ୍ୟାୟାମ କରନ୍ତୁ ।

ବ୍ୟସ୍ତବହୁଳ ଜୀବନରେ ଆରାମରେ ଖାଇବାକୁ ସମୟ ମିଳେନା । ତେଣୁ ସକାଳୁ ଉଠି ନିତ୍ୟକର୍ମ ସାରି ଆରାମରେ ପ୍ରାତଃଭୋଜନ କରନ୍ତୁ । ସାରାଦିନଟି କୁଆଡେ଼ ବିତିଯିବ, ଜଣାପଡ଼ିବନି । କୁହାଯାଏ, ସକାଳୁ ଉଦୟ ସୂର୍ଯ୍ୟକୁ ଦର୍ଶନ କରିବା ଉଚିତ । ସେପରି କଲେ ଅଳସୁଆମି ଚାଲିଯାଏ । ଆପଣଙ୍କ ମନ ଓ ଶରୀରକୁ ସକାରାତ୍ମକ ଶକ୍ତି ମିଳେ ।