ଜାଣନ୍ତୁ, କେଉଁ ଅଂଗରେ କଳାଜାଈ ଥିଲେ ଝିଅଟି ଭାଗ୍ୟବତୀ

ଭାଗ୍ୟଶାଳୀ ଓ ଧନଶାଳୀ ହୋଇଥାନ୍ତି….

ଆମ ଶରୀରରେ ଜନ୍ମରୁ କଳାଜାଈ ଥାଏ । ପୁରୁଷ ଓ ମହିଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ କଳାଜାଈ ଦେଖାଯାଏ । ପୁରୁଷଙ୍କ କଥା ଅଲଗା । ମାତ୍ର ବିବାହ ପାଇଁ ଖୋଜା ଯାଉଥିବା ଝିଅର ଶରୀରରେ କଳାଜାଈଟିଏ ଥିଲେ ତାକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଯାଏ । ଝିଅମାନଙ୍କର କୋଉ ଅଂଗରେ କଳାଜାଈ ବା ତିଳ ଚିହ୍ନ ଶାଶୁଘର ପାଇଁ ଭାଗ୍ୟଲକ୍ଷ୍ମୀ ବିବେଚିତ ହୋଇଥାନ୍ତି । ତାହାକୁ ନେଇ ଆମ ଆଲୋଚନା ।

ଝିଅଟିର କପାଳରେ ତିଳ ବା କଳାଜାଈ ଥିଲେ, ସେହି ଝିଅଟି ଭାଗ୍ୟରେ ପ୍ରବାସ ଯୋଗ ଥାଏ । ଜୀବନର ପ୍ରତିଟି ମୁହୂର୍ତକୁ ସେମାନେ ଆଡ଼ମ୍ବର ଭିତରେ ବିତାଇଥାନ୍ତି । ଯୋଉ ଝିଅଟିର ଆଖିର ଦୁଇଟି ଭ୍ରୁଲତା ମଧ୍ୟରେ କଳାଜାଈ ବା ତିଳଚିହ୍ନ ଥାଏ, ସେହି ଝିଅଟି ଅତ୍ୟନ୍ତ ଭାଗ୍ୟବତୀ । ବିଚକ୍ଷଣ ବୁଦ୍ଧିର ଅଧିକାରିଣୀ । ସେମାନଙ୍କ ହାତ ବାଜିଲେ ମାଟି ବି ସୁନା ପାଲଟିଯାଏ ।ଯୋଉ ଝିଅଟିର ବାମ ଅବା ଡାହାଣ ଆଖିଭ୍ରୁଲତା ଉପରକୁ ତିଳଚିହ୍ନ ଥାଏ, ସେ ଝିଅଟି ପ୍ରଚୁର ଧନସଂପତିର ଅଧିକାରିଣୀ ହୋଇଥାନ୍ତି । ସମସ୍ୟା ହେଉଛି, ସେମାନେ ଯେତିକି ଶୀଘ୍ର ଧନ ଅର୍ଜନ କରିଥାନ୍ତି, ସେତିକି ଶୀଘ୍ର ଖର୍ଚ୍ଚ କରିଥାନ୍ତି ।

ଝିଅଟିର ବାମ ଅବା ଡାହାଣ ଆଖିପୁଅ ଉପରେ ତିଳଚିହ୍ନ ଥିଲେ, ସେ ଅତି ଶାନ୍ତିଶିଷ୍ଟ ଓ ବୁଦ୍ଧିମତୀ ହୋଇଥାନ୍ତି । ସେମାନେ ସହଜରେ ସମସ୍ତଙ୍କୁ ବିଶ୍ୱାସ କରନ୍ତି । ଧନୀଘରେ ବିବାହ କରିଥାନ୍ତି । ଝିଅଟିର କାନରେ ତିଳଚିହ୍ନ ଥିଲେ, ଏକାଧାରରେ ଭାଗ୍ୟବତୀ, ବୁଦ୍ଧିମତୀ, ନିଷ୍ପତି ନେବାରେ ହେଳା କରନ୍ତି ନାହିଁ । ଉଭୟ କାନରେ ତିଳଚିହ୍ନ ଥିଲେ, ଜୀବନର ସବୁ ସୁଖ ପାଇଥାନ୍ତି, ଅନ୍ୟମାନଙ୍କ ଉପରେ ସହଜରେ ପ୍ରଭାବ ବିସ୍ତାର କରିଥାନ୍ତି । ବାମକାନରେ ତିଳଚିହ୍ନ ଥିଲେ ଭଲ ଘରେ ବିବାହ କରିଥାନ୍ତି ।

ଆଖି ବାହାରେ କଳାଜାଈ ଥିଲେ, ସେହି ଝିଅଟି ପରିବାର ଭିତରେ ସମସ୍ତଙ୍କର ପ୍ରିୟପାତ୍ର ହୋଇଥାନ୍ତି । ଭାଗ୍ୟଶାଳୀ ଓ ଧନଶାଳୀ ହୋଇଥାନ୍ତି । ନାକତଳେ କଳାଜାଇ ଥିଲେ, ସେହି ଝିଅଟି ନିକଟରେ କେବେ ଧନର ଅଭାବ ରହେନାହିଁ । ଗାଲରେ କଳାଜାଇ ଥିଲେ, ସେହି ଝିଅଟି ସର୍ବଗୁଣ ସଂପନ୍ନା ହୋଇଥାନ୍ତି । ସମାଜରେ ପ୍ରତିଷ୍ଠିତ ଲୋକଙ୍କ ଭିତରେ ଗଣା ହୋଇଥାନ୍ତି । ଝିଅଟିର ଉପର ଓଠରେ କଳାଜାଇ ଥିଲେ, ସେହି ଝିଅଟି ନିକଟରେ ସବୁ ପୁରୁଷଙ୍କୁ ନଚାଇବାର କଳା ଥାଏ । ସେମାନଙ୍କ କଥାରେ ଲୋକମାନେ ପ୍ରଭାବିତ ହୁଅନ୍ତି । ତଳଓଠରେ କଳାଜାଇ ଥିବା ଝିଅଟି କଠିନ ପରିଶ୍ରମ ବଳରେ ସଫଳତାର ଅଧିକାରିଣୀ ହୋଇଥାନ୍ତି ।

ବେକରେ କଳାଜାଇ ଥିଲେ, ଝିଅଟି ନିକଟରେ ଅସୀମ ଧୈର୍ଯ୍ୟ ଥାଏ । ସେମାନେ ଅତି ଚତୁର ଓ ସାରା ଜୀବନ କଠିନ ପରିଶ୍ରମ କରିଥାନ୍ତି । ସେମାନେ ଶାରୀରିକ ବଳିଷ୍ଠ ଯୁବକକୁ ଜୀବନସାଥୀ ରୂପେ ପସନ୍ଦ କରିଥାନ୍ତି ମାତ୍ର ସେମାନଙ୍କଠାରୁ କୋମଳ ବ୍ୟବହାର ଆଶା କରିଥାନ୍ତି । ଜୀବନରେ ଉତ୍‌ଥାନ ପତନ ଦେଇ ଗତି କରିଥାନ୍ତି । ମାତ୍ର ଥରେ ସେମାନଙ୍କ ସାମାଜିକ ସ୍ଥିତି ଦୃଢ଼ ହୋଇଗଲେ, ମୃତ୍ୟୁ ପର୍ଯ୍ୟନ୍ତ ସୁଖ ଭୋଗିଥାନ୍ତି ।

କାନ୍ଧରେ କଳାଜାଇ ଥିଲେ, ଝିଅଟି ରାଣୀ ଭଳି ଜୀବନଯାପନ କରିଥାନ୍ତି । ସେମାନେ ଅନ୍ୟମାନଙ୍କ ପ୍ରତି ମଧୁର ଆଚରଣ ପ୍ରଦର୍ଶନ କରିଥାନ୍ତି । କାହା ମନକୁ ବାଧିଲା ଭଳି କଥା କୁହନ୍ତି ନାହିଁ । ଆପଦ ବିପଦରେ ଅନ୍ୟକୁ ସାହାଯ୍ୟ କରିଥାନ୍ତି । ଏଭଳି ଝିଅମାନେ ସାଧାରଣତଃ ହୃଷ୍ଟପୁଷ୍ଟ ଯୁବକକୁ ଜୀବନସାଥୀ ଭାବେ ପସନ୍ଦ କରିଥାନ୍ତି ।