ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଆଖିତଳର କଳାଦାଗ…..

ତ୍ୱଚା ପାଇଁ ଫେସିଆଲ୍‍ କରିବା ସାଧାରଣ କଥା। ଅନେକ ସମୟରେ ଘରେ ଓ ପାର୍ଲରରେ ବିଭିନ୍ନ ଫେସିଆଲ୍‍ କରିବା ଦେଖାଯାଇଥାଏ। ମାତ୍ର ଆଖି ପାଇଁ ମଧ୍ୟ ଘରୋଇ ଉପାୟରେ ବିଭିନ୍ନ ଫେସ୍‍ ମାସ୍କ ବ୍ୟବହାର କରାଯାଇପାରିବ। ଘରେ ହେଉ ଅଥବା କାର୍ଯ୍ୟାଳୟରେ ଲ୍ୟାପଟପ୍‍ ରେ ଅଧିକ ସମୟ କାମ କରିବା ଦ୍ୱାରା ଆଖି ଉପରେ ପ୍ରଭାବ ପକାଇଥାଏ।

ଫଳରେ ଆଖି ତଳର କଳାଦାଗ, ଆଖିର କୁଞ୍ଚନ ଭଳି ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସରଳ ଉପାୟ ଆପଣାଇବା ଦ୍ୱାରା ଆଖିତଳର କଳାଦାଗ,କୁଞ୍ଚନ ଓ ଥକ୍କାପଣ ଦୂର ହୋଇ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ। ଜାଣନ୍ତୁ..

ଏକ ତୁଳାରେ ଗୋଲାପ ଜଳ ଭିଜାଇ ଆଖି ତଳେ ରଖନ୍ତୁ। ନିୟମିତ ଏପରି କରିବା ଦ୍ୱାରା ଆଖିତଳର କଳାଦାଗ ଦୂର ହୋଇଥାଏ।ଏଲୋବେରା ଜେଲ୍‍ରେ ଲେମ୍ବୁ ରସ ମିଶାଇ ଆଖି ତଳେ ଲଗାଇ ହାଲକା ମାଲିସ୍‍ କରନ୍ତୁ।

ଏହାଦ୍ୱାରା କଳାଦାଗ ଦୂର ହେବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ହେବ। କଫି ପାଉଡରରେ ଅଳ୍ପ ନଡିଆ ତେଲ ମିଶାଇ କିମ୍ବା ମହୁ ମିଶାଇ ଆଖି ତଳେ ଲଗାଇ କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଚକ୍ଷୁ ପାଇଁ ଖୁବ ଉପକାରୀ।