ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରରେ ମୁଖ ବା ମୁହଁ ହେଉଛି ଦର୍ପଣ। ତେଣୁ ମୁହଁର ତ୍ୱଚାକୁ ସୁସ୍ଥ ଓ ଉଜ୍ଜ୍ୱଳ ରଖିବା ପାଇଁ ଲୋକେ ଅନେକ ଉପାୟ ଅବଲମ୍ବନ କରନ୍ତି। ଏଥିପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତି।

ତେବେ ଦୈନନ୍ଦିନ ଜୀବନର କିଛି ଅଭ୍ୟାସକୁ ଆପଣାଇଲେ ଆପଣ ମୁହଁର ତ୍ୱଚାକୁ ଅତି ସହଜରେ ସୁସ୍ଥ ଓ ଉଜ୍ଜ୍ୱଳ ରଖିପାରିବେ। ଆସନ୍ତୁ ଜାଣିବା ଏପରି ୫ଟି ଅଭ୍ୟାସ ବିଷୟରେ, ଯାହା ଆପଣଙ୍କ ତ୍ୱଚାକୁ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ।

ଦିନରେ ଦୁଇଥର ଫେସ୍‌ ୱାଶ୍‌ କରନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁକୁ ସଫା ରହିବା ସହିତ ବ୍ଲାକ୍‌ ପୋର୍ସ ହୋଇ ନଥାଏ। ଏହା ସହିତ ଇନ୍‌ଫେକସନ୍‌ ମଧ୍ୟ ହୋଇ ନଥାଏ।