ପାପୁଆ ନ୍ୟୁ ଗିନିର ଗଭର୍ଣ୍ଣର-ଜେନେରାଲ୍‌ଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ବୀପ ସମୂହ ସହଯୋଗ ମଞ୍ଚ (ଏଫଆଇପିଆସି)ର ତୃତୀୟ ଶିଖର ସମ୍ମିଳନୀ ଅବସରରେ ୨୨ ମଇ ୨୦୨୩ ରେ ପୋର୍ଟ ମୋରେସବି ସ୍ଥିତ ସରକାରୀ ଆବାସରେ ପାପୁଆ ନ୍ୟୁ ଗିନି (ପିଏନଜି)ର ଗଭର୍ଣ୍ଣର- ଜେନେରାଲ ସାର୍ ବବ ଡାଡେଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ତାଙ୍କ ଦେଶକୁ ପ୍ରଥମ ଥର ପାଇଁ ଗସ୍ତରେ ଯାଇଥିବାରୁ ପାପୁଆ ନ୍ୟୁ ଗିନି (ପିଏନଜି)ର ଗଭର୍ଣ୍ଣର- ଜେନେରାଲ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଉଭୟ ନେତା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିକାଶ ଭାଗିଦାରୀର ଗୁରୁତ୍ବ ଉପରେ ଭାବ ବିନିମୟ କରିଥିଲେ, ଯାହାକୁ ସେମାନେ ଆହୁରି ସୁଦୃଢ କରିବାକୁ ସହମତ ହୋଇଥିଲେ ।