ଟାଇଫଏଡ଼ ଜ୍ୱରରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରରେ ‘ସଲମାନେଲା ଟାଇଫି’ ନାମକ ଜୀବାଣୁ ସଂକ୍ରମଣ ହେଲେ ଟାଇଫଏଡ ଜ୍ୱର ହୋଇଥାଏ । ଏହି ରୋଗ ହେଲେ ମଣିଷ ଶରୀରର ରକ୍ତ କମିଯାଏ ଏବଂ ପ୍ରତିରକ୍ଷା ପ୍ରଣାଳି ଓ ଯକୃତ ଠିକ୍ ଭାବ କାମ କରେନି । ଟାଇଫଏଡ ଯୋଗୁଁ ଅନେକଙ୍କ ଝାଡା ହେବା ଭଳି ସମସ୍ୟା ଦେଖାଯାଏ । ଏଥିପାଇଁ ଟାଇଫଏଡ ରୋଗୀଙ୍କୁ ଡାକ୍ତରମାନେ ଏକ ନିର୍ଦ୍ଦିଷ୍ଟ ଡାଏଟ ଫଲୋ କରିବାକୁ ପରାମର୍ଶ ଦେଇଥାନ୍ତି ।

ଟାଇଫଏଡରେ ରୋଗୀଙ୍କୁ ଶୋଷ ହୁଏନି । ତେଣୁ ଡିଇହାଇଡ୍ରେସନ ଭଳି ସମସ୍ୟା ଦେଖାଯାଏ। ଏହି ସମୟରେ ରୋଗୀଙ୍କୁ ଯଥାସମ୍ଭବ ତରଳ ଖାଦ୍ୟ ଖାଇବା ଉଚିତ । ପ୍ରତିଦିନ ଅତିକମରେ ୮ ଗ୍ଲାସ ପାଣି ପିଅନ୍ତୁ ।

ଟାଇଫଏଡ ରୋଗୀଙ୍କ ପାଇଁ ନଡିଆ ପାଣି ତଥା ପଇଡ ପିଇବା ଅତ୍ୟନ୍ତ ଲାଭଦାୟକ । କାର୍ବୋହାଇଡ୍ରେଟ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଟାଇଫଏଡ ରୋଗୀଙ୍କୁ ଲଭା ମିଳିଥାଏ । ତେଣୁ ସିଝା ଆଳୁ ତଥା ଭାତ ଖାଇପାରିବେ। ଏଥିରେ କାର୍ବୋହାଇଡ୍ରେଟ ଭରପୁରା ମାତ୍ରାରେ ରହିଛି ।