ଆଜିଠୁ ବିଶ୍ୱକପ ଖେଳିବ ଟିମ ଇଣ୍ଡିଆ

ନ୍ୟୁୟର୍କ : ନ୍ୟୁୟର୍କର ନସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ବୁଧବାର ଆୟର୍ଲାଣ୍ଡ୍‌ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍‌ ଖେଳିବ । ଆଜିଠୁ ଭାରତ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି । ପ୍ରଥମ ମ୍ୟାଚରେ ଆୟରଲାଣ୍ଡ ସହ ମୁକାବିଲା ହେବ ।

ନାସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଫଗାନିସ୍ତାନ ବିପକ୍ଷ ଶୃଙ୍ଖଳା ପରଠାରୁ ଭାରତ କୌଣସି ଟ୍ୱେଣ୍ଟି-୨୦ ମ୍ୟାଚ ଖେଳିନାହିଁ । ଆଜିର ମ୍ୟାଚରେ ଭାରତ ପାଇଁ ଚିନ୍ତାର ବିଷୟ ହୋଇନଥିଲେ ବି ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି ।