ଆୟର୍ଲାଣ୍ଡକୁ ୮ ୱିକେଟ୍‌ରେ ପରାସ୍ତକଲା ଭାରତ

ନୂଆଦିଲ୍ଲୀ : ବିରାଟ କୋହଲୀ ଆଉଟ ହେବା ପରେ ରୋହିତ ଶର୍ମା ଓ ଋଷଭ ପନ୍ଥଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ପ୍ରଥମ ମ୍ୟାଚ ଜିତିଛି । ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭାରତ ୮ୱିକେଟ୍‌ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି।

ପ୍ରଥମେ ବୋଲରମାନେ ଆୟର୍ଲାଣ୍ଡକୁ ୯୬ ରନ୍‌ରେ ଅଲ୍‌ଆଉଟ୍‌ କରି ଦେଇଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍‌ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଆହତ ଅବସର ହେବା ପୂର୍ବରୁ ରୋହିତ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍‌ ୯ ତାରିଖରେ ପାକିସ୍ତାନ ସହିତ ଖେଳିବ।