ମୋଟାପା କମାଇବାକୁ କେହି କେହି ମେଡିସିନ୍ ଖାଇଥାନ୍ତି ତ ଆଉ କେହି ଜିମ୍ ଯାଇ କସରତ କରିଥାନ୍ତି। କାରଣ ନିଜ ବାଡି ବଗିଚାରେ ଥିବା ଫଳମୂଳ ଖାଇ ଓଜନ କମାଇପାରିବେ। ଯେପରି ଅଁଳା ଫଳ। ଆସନ୍ତୁ ଜାଣିବା ଅଁଳା ଖାଇବା ଦ୍ବାରା ଓଜନ କିପରି କମିଥାଏ ଅଁଳାରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି।
ଯାହାକି ବିଷାକ୍ତ ପଦାର୍ଥକୁ ଶରୀରରେ ବାହାର କରିବାରେ ସାହାଯ୍ୟ କରିଥାଏ । ପେଟ ପାଇଁ ଅଁଳାକୁ ସୁପର ଫୁଡ ବୋଲି କୁହାଯାଏ। ଏଥିରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ଏହାସହିତ ମେଟାବୋଲିଜିମକୁ ମଜବୁତ କରି ପେଟରେ ଖାଦ୍ୟ ହଜମ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ଏହା ଦ୍ୱାରା ଶୀଘ୍ର ଓଜନ ହ୍ରାସ ପାଇଥାଏ। ଏଥିରେ ଥିବା ଫାଇବର ପାଚନ କ୍ରୀୟାକୁ ଠିକ୍ ରଖିବା ସହ ପାକସ୍ଥଳୀକୁ ସଂକ୍ରମଣ ଠାରୁ ଦୂରେଇ ରଖେ।