ଆସାମରେ ପ୍ରଳୟଙ୍କରୀ ବନ୍ୟା

ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପାଣିରେ ଉବୁଟୁବୁ ହେଉଛି ପୂରା ଆସାମ। ବନ୍ୟା ଯୋଗୁ ପ୍ରୟାୟ ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଅସାମରେ ବନ୍ୟା ଯୋଗୁ ଆଉ ୬ ଜଣଙ୍କ ମୃତ୍ୟୁ ହୋଇଛି । ଚରାଇଦେବରେ ୨ ଜଣ, ଗ୍ୱାଲପାଡା, ମୋରିଗାଁ, ସୋନିତପୁର ଓ ତିନସୁକିଆ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷ ବନ୍ୟା, ଝଡ଼ ତୋଫାନ ଓ ଭୂସ୍ଖଳନ ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଅନେକ ଜୀବନ ଯାଇଛି ।