୧ – ଏକ ଚାମଚ ମହୁରେ ଏକ ଚାମଚ ବେସନ, ଅଳ୍ପ ହଳଦୀ, ଅଳ୍ପ ଅଲିଭ ଅଏଲ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୨୦ ମିନିଟ ରଖି ଦିଅନ୍ତୁ । ୨୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ । ଏହା ମୁହଁକୁ ଖୁବ ଉଜ୍ଜ୍ୱଳ ଓ ସୁନ୍ଦର କରିଥାଏ । ସପ୍ତାହକୁ ୩ ରୁ ୪ ଥର ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ସମସ୍ତ ଦାଗ ଦୂର ହୋଇଥାଏ ।
୨ – କ୍ଷୀରରେ ଅଧ ଚାମଚ ହଳଦୀ ଓ ଅଳ୍ପ କିଛି ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ । ୨୦ ମିନିଟ ଏହାକୁ ମୁହଁରେ ଲଗାଇ ମୁହଁ ଧୋଇ ଦିଅନ୍ତୁ । ନିୟମିତ ଏକ ମାସ ଏହାକୁ ଲଗାଇଲେ, ନିଜେ ଏହାର ଚମତ୍କାରିତା ଅନୁଭବ କରିବେ ।
୩ – କାକୁଡ଼ିର ରସରେ, ଲେମ୍ବୁ ରସକୁ ସମାନ ମାତ୍ରାରେ ମିଶାନ୍ତୁ । ଏହାପରେ ଏଥିରେ ହଳଦୀ ମିଶାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ନିୟମିତ ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାଇ ଶୁଖିବାଯାଏ ରଖନ୍ତୁ । କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।
୪ – ହଳଦୀରେ ଚନ୍ଦନ ଗୁଣ୍ଡ, ସାମାନ୍ୟ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହାକୁ ମୁହଁରେ ଲଗାଇ କିଛି ସମୟ ରଖି ମୁହଁ ଧୋଇ ଦିଅନ୍ତୁ । ଏହା ତ୍ୱଚା ପାଇଁ ବେଶ ହିତକାରକ । ୨ ଚାମଚ ଲେମ୍ବୁ ରସରେ ୩ ଚାମଚ ଗ୍ଲିସରିନ ମିଶାଇ ରଖନ୍ତୁ । ଏହାକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ । ଏହା ଖୁବ ଲାଭକାରୀ ଅଟେ ।
ମାତ୍ର ଲେମ୍ବୁ ଲଗାଇ ସଙ୍ଗେ ସଙ୍ଗେ ଖରାକୁ ଯାଆନ୍ତୁ ନାହିଁ । ଏହା ଚର୍ମ ଉପରେ କୁପ୍ରଭାବ ପକାଇଥାଏ । ଘରେ ଫେସୱାସ ପ୍ରସ୍ତୁତ କରନ୍ତୁ –
ବଜାରରେ ମିଳୁଥିବା ଫେସୱାସ ପରିବେ ର୍ ଘରେ ପ୍ରସ୍ତୁତ କରି ଏହାକୁ ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିପାଇଁ ଆପଣ ଲେମ୍ବୁରସ, ପାଣି, ମହୁ ଏବଂ ଘିକୁଆଁରୀ ରସ ଆଦିକୁ ମିଶ୍ରଣ କରନ୍ତୁ । ଏହାକୁ ନିୟମିତ ସକାଳେ ମୁହଁରେ ଲଗାଇ, ଭଲ ଭାବେ ମାଲିସ କରି ଧୁଅନ୍ତୁ । ନିୟମିତ ସ୍ନାନ କରିବା ସମୟରେ ସ୍ନାନ ଜଳରେ ଲେମ୍ବୁ ୬ ରୁ ୭ ବୁନ୍ଦା ମିଶାନ୍ତୁୟ ଏପରି କରିବା ଦ୍ୱାରା ରଙ୍ଗ ଗୋରା ହେବା ସହ ଆପଣ ଖୁବ ସତେଜ ମଧ୍ୟ ଅନୁଭବ କରିବେ ।