ଆପଣ ରାତିରେ ବିନା ପୋଷାକରେ କେବେ ଶୋଇଛନ୍ତି କି? ଆସନ୍ତୁ ଜାଣିବା ଆମ ଶରୀରକୁ କ’ଣ ସବୁ ବେନିଫିଟ୍ ମିଳିଥାଏ

ଦମ୍ପତିମାନଙ୍କ କ୍ଷେତ୍ରରେ ବିନା ପୋଷାକରେ ଶୋଇବା..

ଜଣକୁ ସୁସ୍ଥ ରହିବାକୁ ହେଲେ ସମ୍ପୂର୍ଣ୍ଣ ନିଦ୍ରା ନେବା ନିହାତି ଆବଶ୍ୟକ । ୨୪ ଘଣ୍ଟା ମଧ୍ୟରୁ ୮ ଘଣ୍ଟା ଶୋଇବା ଆମା ଶରୀର ପାଇଁ ନିହାତି ଜରୁରୀ । ପ୍ରତ୍ୟେକ ଲୋକଙ୍କର ଶୋଇବାର ଷ୍ଟାଇଲ ଅଲଗା ଅଲଗା ହୋଇଥାଏ । ଆପଣ ରାତିରେ କେବେ ବିନା ପୋଷାକରେ ଶୋଇଛନ୍ତି କି? ଆସନ୍ତୁ ଜାଣିବା ରାତିରେ ବିନା ପୋଷାକରେ ଶୋଇବା ଦ୍ୱାରା ଆମ ଶରୀରକୁ କଣ ସବୁ ଲାଭ ମିଳିଥାଏ ।

୧-ଦମ୍ପତିମାନଙ୍କ କ୍ଷେତ୍ରରେ ବିନା ପୋଷାକରେ ଶୋଇବା ଅନେକ ଫାଇଦା ହୋଇଥାଏ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ନିଜ ଜୀବନସାଥୀଙ୍କ ସହିତ ବିନା ପୋଷାକରେ ଶୋଇଥାନ୍ତି, ସେମାନେ ବହୁତ ଖୁସିରେ ଜୀବନଯାପନ କରିଥାନ୍ତି ।

୨- ଯେଉଁମାନେ ରାତି ସମୟରେ ବିନା ପୋଷାକରେ ଶୋଇଥାନ୍ତି, ସେମାନଙ୍କୁ ଚର୍ମ ସମ୍ପର୍କୀତ ଅନେକ ଲାଭ ମିଳିଥାଏ । ଏପରି ଶୋଇବା ଦ୍ୱାରା ଆମ ଶରୀରର ଚର୍ମ ସୁସ୍ଥ ରହିଥାଏ । ଚର୍ମ ସର୍ବଦା ସତେଜ ରହିବା ଦ୍ୱାରା, ଶରୀରରେ ବୟସର ଛାପ ଜଣାପଡ଼େ ନାହିଁ ।

୩- ରାତିରେ ବିନା ପୋଷାକରେ ନିଦ୍ରା ଯାଉଥିବା ଲୋକମାନଙ୍କର ଶରୀରର ତାପମାତ୍ରା ଠିକଭାବେ ନିୟନ୍ତ୍ରଣ ହୋଇଥାଏ । ଯାହାଫଳରେ ସେମାନଙ୍କର ଶରୀର ସର୍ବଦା ସତେଜ ରହିଥାଏ ।

୪- ସାଧାରଣତଃ ଆମର ଶରୀରର ପ୍ରାଇଭେଟ ପାର୍ଟର ତାପମାତ୍ରା ଶରୀରର ତାପମାତ୍ରା ଠାରୁ ଅଧିକ ହୋଇଥାଏ । ଯଦି ଆପଣ କପଡ଼ା ପିନ୍ଧି ଶୁଅନ୍ତି, ତେବେ ଏହାର ତାପମାତ୍ରା ଅତ୍ୟଧିକ ହୋଇଯାଇଥାଏ । ଯାହାଫଳରେ ବିଭିନ୍ନ ପ୍ରକାର ସଂକ୍ରମଣ ହେବାର ଆଶଙ୍କା ରହିଥାଏ । ବିନା କପଡ଼ାରେ ଶୋଇଲେ ସଂକ୍ରମଣର ଭୟ ରହିନଥାଏ ।

୫- ବିଶେଷ କରି ଗରମ ଦିନ ବା ଗ୍ରୀଷ୍ମ ଋତୁରେ ଆମକୁ ବିନା କପଡ଼ାରେ ଶୋଇବା ଉଚିତ । କାରଣ ଏପରି ଶୋଇବା ଦ୍ୱାରା ଆମ ଶରୀର ଶୀଘ୍ର ଥଣ୍ଡା ହୁଏ, ଯାହା ସୁନିଦ୍ରାରେ ସହାୟକ ହୋଇଥାଏ ।