ଭଲ ନିଦ ହେବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ଡିମ ଲାଇଟ କିମ୍ବା ସ୍ଲୋ ମ୍ୟୁଜିକ ଲଗାଇ ଶୋଇଲେ ମଧ୍ୟ ଭଲ ନିଦ ହୋଇଥାଏ…

ଯଦି ନିଦ ନହୁଏ ତେବେ ପୁରା ଦିନଟା ଚିଡଚିଡା ଲାଗେ। କିଛି ଭଲ ଲାଗେ ନାହିଁ। ଲେଟ ନାଇଟ ଯାଏ ଚେଇଁ ରହିବା, ଠିକ ପୋଜିସନରେ ନଶୋଇବା ଭଳି କିଛି ବଦ ଅଭ୍ୟାସ ଯୋଗୁଁ ଆଖିକୁ ଆରାମଦାୟକ ନିଦ ଆସେ ନାହିଁ । ତେଣୁ ଏସବୁକୁ ବଦଳାଇବା ଉଚିତ। ତେବେ କେଉଁ ସବୁ ଅଭ୍ୟାସ ଛାଡିବା ଏବଂ ଆପଣାଇବା ଦ୍ୱାରା ଭଲ ନିଦ ହୁଏ।

ଶୋଇବା ପୂର୍ବରୁ ଗାଧୋଇବା ଦ୍ୱାରା ଭଲ ନିଦ ହୁଏ। ଏଥିସହ ଡିମ ଲାଇଟ କିମ୍ବା ସ୍ଲୋ ମ୍ୟୁଜିକ ଲଗାଇ ଶୋଇଲେ ମଧ୍ୟ ଭଲ ନିଦ ହୋଇଥାଏ। ତେବେ ଶୋଇବା ପୂର୍ବରୁ ଯଦି ଆପଣଙ୍କ ଗପବା ଅଭ୍ୟାସ ରହିଛି ତା’ହେଲ ତାକୁ ବଦଳାଇ ଦିଅନ୍ତୁ । ଏହାଦ୍ୱାରା ନିଦ ହୋଇନଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଭଲ ନିଦ ମଣିଷକୁ ଦୀର୍ଘ ସମୟ ଯାଏ ସୁସ୍ଥ ରଖିଥାଏ।

ପ୍ରତିଦିନ ରାତିରେ ଶୋଇବା ପାଇଁ ଏକ ରୁଟିନ ଟାଇମ ସେଟ୍ କରନ୍ତୁ। ଏକ ନିର୍ଦ୍ଧିଷ୍ଟ ଟାଇମ ସେଟ କରିବା ଦ୍ୱାରା ମସ୍ତିସ୍କ ଆପେ ଆପେ ସେହି ଟାଇମରେ ଶୋଇବା ମୁଡରେ ଆସିଯାଏ ଏବଂ ଶୀଘ୍ର ନିଦ ହୋଇଥାଏ । ତେଣୁ ଗୋଟିଏ ଟାଇମ ସିଡ୍ୟୁଲରେ ହିଁ ଯେତେ ସମ୍ଭବ ଶୋଇବାକୁ ଚେଷ୍ଟା କରନ୍ତୁ। ଏହା ଏକ ଭଲ ଅଭ୍ୟାସ। ଏହାଦ୍ୱାରା ଭଲ ନିଦ ହୋଇଥାଏ।