ତେନ୍ତୁଳିରେ ଔଷଧୀୟ ଗୁଣ ଜାଣନ୍ତୁ…

ତେନ୍ତୁଳି ଖାଇବା ଦ୍ୱାର ଶରୀର ପାଇଁ କ’ଣସବୁ ଲାଭ ହୋଇଥାଏ…

ପାଟିକୁ ଖଟା ଲାଗୁଥିବା ତେନ୍ତୁଳି କେବଳ ଖାଦ୍ୟର ସ୍ୱାଦ ବଢ଼ାଇ ନ ଥାଏ, ବରଂ ଏହା ଶରୀର ପାଇଁ ମଧ୍ୟ ଖୁବ୍‌ ଉପକାରୀ। ‌ତେନ୍ତୁଳିରେ ଆଇରନ୍‌, ଫାଇବର୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ଭଳି ଭିଟାମିନ୍‌ ସାମଗ୍ରୀ ପ୍ରଚୂର ରହିଛି, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହଯ୍ୟ କରେ। ବହୁ ବିଦେଶ ରାଷ୍ଟ୍ରରେ ତେନ୍ତୁଳିକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଏ। ତେନ୍ତୁଳି ଖାଇବା ଦ୍ୱାର ଶରୀର ପାଇଁ କ’ଣସବୁ ଲାଭ ହୋଇଥାଏ।

ଜ୍ୱର ହୋଇଥିଲେ, ତେନ୍ତୁଳି ରସ ପିଇବା ଦ୍ୱାରା ଜ୍ୱର ଛାଡ଼ିଯାଏ। ତେନ୍ତୁଳିରେ ଭିଟାମିନ୍‌ ଇ’, ସି’ ଓ ବି’ ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇଥାଏ। ତେନ୍ତୁଳିରେ ଥିବା ପ୍ରଚୂର ମାତ୍ରାର ପୋଟାସିୟମ୍‌ ଶରୀରକୁ ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ଭଳି ସମସ୍ୟାରୁ ସୁରକ୍ଷା ଦେଇଥାଏ।